Below header

ଭୀଷଣ ପେଟ ଗ୍ୟାସରେ ପୀଡିତ କି? ତେବେ ଆପଣାନ୍ତୁ ଏହି ଉପାୟ ୧୦ ଦିନରେ ହୋଇଯିବ ଗାୟବ୍‌

ଗ୍ୟାସ ସମସ୍ୟାକୁ ଦୂର କରିବା ପାଇଁ ଏହି ଚୂର୍ଣ୍ଣକୁ ଘରେ ସହଜରେ ଆପଣ ପ୍ରସ୍ତୁତ କରିପାରିବେ ।

ଆଜିକାଲିର ଖାଦ୍ୟପାନୀୟ ପାଇଁ ପେଟ ସମସ୍ୟା ଅଧିକ ମାତ୍ରାରେ ବଢ଼ି ବଢ଼ି ଚାଲିଛି । ଯଦି ଆପଣଙ୍କ ପେଟରେ ଗ୍ୟାସ୍‌ ବହୁତ ହେଉଥାଏ ଏବଂ ତେଲ ମସଲା ଖାଦ୍ୟ ହଜମ ହେଉନାହିଁ ତାହେଲେ ଆପଣଙ୍କୁ କିଛି ଘରୋଇ ଉପାୟକୁ ଆପଣାଇବା ଉଚିତ । ଏଲୋପାଥିକ ଔଷଧ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ବିଗିଡିଥାଏ ଏବଂ ଅନେକ ପ୍ରକାର କ୍ଷତି ମଧ୍ୟ ସହିବାକୁ ପଡିଥାଏ । ଏଥିପାଇଁ କିଛି ଘରୋଇ ଉପାୟ ଦ୍ୱାରା ଆମେ ପେଟ ବେମାରକୁ ଦୂରେଇ ପାରିବା । ପେଟରେ ଗ୍ୟାସ ହେଲେ ପେଟ ଫୁୁଲିବା, ଖଟ୍ଟା ଢ଼କାର ଆସିବା ଏବଂ ମନରେ ଅସ୍ତବ୍ୟସ୍ତ ଲାଗିଥାଏ । ତେଣୁ ଏହି ସବୁ ସମସ୍ୟାକୁ ଦୂରେଇବା ପାଇଁ ଏକ ଘରୋଇ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଯାହା ଆପଣଙ୍କ ସମସ୍ୟାକୁ ଚୁଟକିରେ ଦୂର କରିଦେବ ।

କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ

ଗ୍ୟାସ ସମସ୍ୟାକୁ ଦୂର କରିବା ପାଇଁ ଏହି ଚୂର୍ଣ୍ଣକୁ ଘରେ ସହଜରେ ଆପଣ ପ୍ରସ୍ତୁତ କରିପାରିବେ । ଏଥିପାଇଁ ସର୍ବପ୍ରଥମେ ଆପଣ ଦୁଇ ଚାମଚ ଜୁଆଣ ନିଅନ୍ତୁ । ଏକ ଚାରି ଚାମଚ୍‌ ହେଙ୍ଗୁ, ଏକ ଚାମଚ କଳା ଲୁଣ ନିଅନ୍ତୁ । ହାଲକା ଗରମ ତାଓ୍ଵାରେ ଜୁଆଣି ପକାଇ ଭାଜି ଦିଅନ୍ତୁ । ଏହାପରେ ଜୁଆଣିକୁ ଥଣ୍ଡା କରିଦିଅନ୍ତୁ ଏବଂ ଏଥିରେ ହେଙ୍ଗୁୁ ଏବଂ ଲୁଣ ମିଶାଇ ଦିଅନ୍ତୁ । ଏହି ସମସ୍ତ ସାମଗ୍ରୀକୁ ମିଶାଇ ଏକାଠି ପେଶି ଦିଅନ୍ତୁ । ପେଶିବା ପରେ ଏହାକୁ ଏକ ଖାଲି ଡବାରେ ରଖିଦିଅନ୍ତୁ । ଏହି ଚୂର୍ଣ୍ଣ ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ।

ଏବେ ଯେତେବେଳେ ବି ଆପଣଙ୍କ ପେଟ ଗ୍ୟାସ ହେବ କିମ୍ବା ଆମ୍ବିଳା ହାକୁଟି ଆସୁଥିବ କିମ୍ବାା ପେଟ ସମ୍ବନ୍ଧୀୟ କୌଣସି ବି ଅନ୍ୟ ସମସ୍ୟା ହେବ ସେତେବେଳେ ଆପଣ ଏହାକୁ ଅଧା ଚାମଚ ପାଣି ସହିତ ସେବନ କରନ୍ତୁ । ଆଣ୍ଟିମାଇକ୍ରୋବିୟଲ ଏବଂ ଆଣ୍ଟିସେପ୍ଟିକ ଗୁଣଟରେ ଭରପୂର ଏହି ଚୂର୍ଣ୍ଣ ଆପଣଙ୍କ ପେଟ ସମସ୍ୟାକୁ ତୁରନ୍ତ ଗାୟବ କରିଦେବ ।

ଜିରା ପାଉଡର ବି ବହୁତ ବଢ଼ିଆ କାମ ଦିଏ

ପେଟର ଗ୍ୟାସ ସମସ୍ୟାକୁ ଦୂରେଇବା ପାଇଁ ଆପଣ ଜିରା ପାଉଡରର ସେବନ କରିପାରିବେ । ଯେତେବେଳେ ବି କେବେ ପେଟରେ ଗ୍ୟାସ ସମସ୍ୟା ହୁଏ ତାହେଲେ ଅଧା ଚାମଚ ଜିରା ପାଉଡର ପାଣି ସହିତ ଖାଇଦିଅନ୍ତୁ । ଜିରାକୁ ପ୍ରଥମେ ଭାଜି ଦିଅନ୍ତୁ । ଏହାପରେ ଏହାକୁ ଭାଜି ରଖିଦିଅନ୍ତୁ । ଏହାକୁ ପେଶି ସେବନ କରିବା ଦ୍ୱାରା ଏହା ଅଧିକ ପ୍ରଭାବ ଦେଖାଇବ । ଜିରାରେ ଭିଟାମିନ୍‌ ଏ, ବି, ସି ଏବଂ ଇ ରହିଥାଏ । ଆମିନୋ ଏସିଡ ଏବଂ ଖଣିଜରେ ଭରପୂର ଥିବା ଜିରା, ପେଟ ସମସ୍ୟାକୁ ଚୁଟକିରେ ଦୂର କରିଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.