Below header

ଯୌନ ଶୋଷଣ ମାମଲା : କଣ୍ଠଶିଳ୍ପୀ ସୌରିନ ଭଟ୍ଟ କୋଲକାତା ଘରୁ ଫେରାର

ଯୌନ ଶୋଷଣ ମାମଲାରେ ଫସିଥିବା କଣ୍ଠଶିଳ୍ପୀ ସୌରିନ ଭଟ୍ଟ କୋଲକାତା ଘରୁ ଫେରାର। ତାଙ୍କୁ ପଚରାଉଚରା କରିବାକୁ କଟକ କମିସନରେଟ ପୋଲିସ ଟିମ୍‌ କୋଲକାତାରୁ ଖାଲି ହାତରେ ଫେରିଛି। କୋଲକାତା ପୋଲିସ ସହ ମହିଳା ଥାନା ପୋଲିସର ଏକ ଟିମ୍‌ ସୌରିନଙ୍କ ଘରେ ଚଢଉ କରିଥିଲେ।

କିନ୍ତୁ ସୌରିନଙ୍କୁ ସେଠାରେ ପାଇନଥିଲେ। ତାଙ୍କ ପରିବାରବର୍ଗଙ୍କୁ ପଚରାଉଚରା କରିଛି ପାଞ୍ଚ ଜଣିଆ ପୋଲିସ ଟିମ। ସୌରୀନ ଦିଲ୍ଲୀ ଯାଇଥିବା ତାଙ୍କ ପରିବାର ବର୍ଗ ପୋଲିସକୁ ଜଣାଇଛନ୍ତି। ପୋଲିସ ତାଙ୍କୁ ଖୋଜୁଥିବା ସେମାନେ ସୌରୀନଙ୍କୁ ଜଣାଇବେ ବୋଲି ପରିବାରବର୍ଗ କହିଛନ୍ତି।

ଏହା ସହ ଅଭିଯୋଗ ଆଣିଥିବା ଯୁବତୀଙ୍କ ସଂପର୍କରେ ସେମାନେ ଜାଣିଥିବା କହିଛନ୍ତି। ସୌରୀନଙ୍କ ବିରୋଧରେ ଯୁବତୀ ଜଣକ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ପୋଲିସ ଟିମକୁ ପରିବାରବର୍ଗ କହିଛନ୍ତି। ଜୁନ ୧୨ତାରିଖରେ କଟକର ଜଣେ ଯୁବତୀ ସୌରିନଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଯୌନ ଶୋଷଣ କରିବା ସହ ୯ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଦର୍ଶାଇଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.