ଅଧିକ ସମୟ କୁଲରରେ ରହିବା ଶରୀର ପାଇଁ କ୍ଷତିକାରକ

କୁଲର ପାଣି ସର୍ବଦା ବଦଳାଇବା ପାଇଁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଥାଏ । କୁଲରରେ ଥିବା ଓ୍ଵାଟର ଟ୍ୟାଙ୍କରେ ପାଣି ଜମି ଯାଏ । ଜମି ରହିଥିବା ଏହି ପାଣିରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମଶାମାନଙ୍କ ଲାର୍ଭା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଏହି ଲାର୍ଭା ଗୁଡ଼ିକ କୁଲର ପବନରେ ଘର ଭିତରେ ପଶିଥାନ୍ତି ଏବଂ ମ୍ୟାଲେରିଆ ଏବଂ ଡେଙ୍ଗୁ ମଶାର ପ୍ରଭାବ ଘରେ ବଢିବାରେ ଲାଗେ ।

ଗରମ ଦିନରେ କୁଲର ବ୍ୟବହାର କରିବା ଅତି ସାଧାରଣ କଥା । କୁଲର ର ପବନ ଅଧିକ ଥାଏ । ଏହି ପବନରେ ପାଣିର ଛୋଟ ଛୋଟ ବୁନ୍ଦା ରହିଥାଏ ଯେଉଁଥି ପାଇଁ ପବନ ଅଧିକ ଲାଗିଥାଏ । ଅଧିକ ପବନ ପାଇଁ ଏହା ପଙ୍ଖା ଠାରୁ ଅଧିକ ଥଣ୍ଡା ଦେଇଥାଏ । କିନ୍ତୁ ସବୁବେଳେ କୁଲରରେ ରହିବା ଶରୀର ପାଇଁ ଠିକ ହୋଇନଥାଏ । କୁଲରରୁ ଯେଉଁ ଶବ୍ଦ ବାହାରେ ତାହା ବରକ୍ତିକର ହୋଇଥାଏ । ଅନ୍ୟପଟେ କୁଲରରୁ ବାହାରୁଥିବା ପାଣି, ଓ୍ଵାଟର ଭେପର ଅର୍ଥାତ ବାଷ୍ପ ରୂପରେ ବାହାରିଥାଏ । ଏପରି ପରିସ୍ଥିତିରେ, ଆଖପାଖ ପାଣିପାଗରେ ଯେତେବେଳେ ଆଦ୍ରତା ଥାଏ , ଏହା କୁଲର ପାଣି ସହ ମିଶି ଅଧିକ ଥଣ୍ଡା ସୃଷ୍ଟି କରେ । ଏହା ବ୍ୟତୀତ କୁଲରର ଲଗାତାର ବ୍ୟବହାର ଅନେକ ରୋଗକୁ ବଢ଼ାଇଥାଏ ।

ତେବେ କୁଲର ଥଣ୍ଡା ପାଗରେ କାମ କରେ ନାହିଁ । ଏହା ଆଦ୍ରତାକୁ ଅଧିକ ବଢାଇଥାଏ । ବାୟୁରେ ଜଳୀୟ ବାଷ୍ପ ଅଧିକ ହେଲେ ଆଦ୍ରତା ବୃଦ୍ଧି ହୁଏ ଏବଂ ଆଦ୍ରତା ଅଧିକ ହେଲେ କୁଲର ମଧ୍ୟରୁ ପାଣିର ଛୋଟ ଛୋଟ ବୁନ୍ଦା ବାହାରିଥାଏ । ଏହା ବାୟୁର ଆଦ୍ରତା କୁ ଅଧିକ ବୃଦ୍ଧି କରିଥାଏ ।

କୁଲର ପାଣି ସର୍ବଦା ବଦଳାଇବା ପାଇଁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଥାଏ । କୁଲରରେ ଥିବା ଓ୍ଵାଟର ଟ୍ୟାଙ୍କରେ ପାଣି ଜମି ଯାଏ । ଜମି ରହିଥିବା ଏହି ପାଣିରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମଶାମାନଙ୍କ ଲାର୍ଭା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଏହି ଲାର୍ଭା ଗୁଡ଼ିକ କୁଲର ପବନରେ ଘର ଭିତରେ ପଶିଥାନ୍ତି ଏବଂ ମ୍ୟାଲେରିଆ ଏବଂ ଡେଙ୍ଗୁ ମଶାର ପ୍ରଭାବ ଘରେ ବଢିବାରେ ଲାଗେ । ଏହି ଭଳି ଡେଙ୍ଗୁ ଏବଂ ମ୍ୟାଲେରିଆ ବୃଦ୍ଧି ହେବାର କାରଣ କୁଲର ହୋଇଥାଏ ।

ଯେଉଁମାନେ ଶ୍ୱାସ ରୋଗରେ ପିଡ଼ିତ କୁଲର ସେମାନଙ୍କ ଶ୍ୱାସ ରୋଗକୁ ବଢ଼ାଇଥାଏ । ଶ୍ୱାସରୋଗୀଙ୍କୁ ଏପରି ପବନ ଦରକାର ଯାହା ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ହୋଇନଥିବ । କିନ୍ତୁ କୁଲରରୁ ବାହାରୁଥିବା ପବନ ଅଧିକ ଆଦ୍ର ଥାଏ, ଏଥିପାଇଁ ଏହା ଶ୍ୱାସ ରୋଗକୁ ବଢାଇଥାଏ । କିନ୍ତୁ କୁଲର ଦ୍ୱାରା ଶ୍ୱାସ ରୋଗ ହୋଇନଥାଏ ।

ଯେଉଁ ରୁମରେ ଭେଣ୍ଟିଲେସନ ନଥାଏ, ସେଠାରେ କୁଲର କାମ କରେ ନାହିଁ । କୁଲରରୁ ବାହାରୁଥିବା ଓ୍ଵାଟର ଭେପର ରୁମରେ ହିଁ ରହିଥାଏ, ଯେଉଁ କାରଣରୁ ରୁମରେ ଆଦ୍ରତା ଅଧିକ ବଢିଥାଏ । ସେଥିପାଇଁ କୁଲର ଖୋଲା ଘରେ କିମ୍ବା ବାରଣ୍ଡାରେ ଅଧିକ କାମ କରେ ।

କୁଲରରେ ଦୀର୍ଘ ସମୟ ରହିବା ଦ୍ୱାରା ମାଂସପେଶୀ କାମ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ମାଂସପେଶୀ କାର୍ଯ୍ୟରେ ସମସ୍ୟା ହେବା ଦ୍ୱାରା ଶରୀରରେ ଥକାପଣ ବଢିଥାଏ । ଏଥିପାଇଁ କୁଲରରେ ଅଧିକ ସମୟ ରହିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.