Below header

ବାରମ୍ବାର କାରର AC ଚଳାଇଲେ ଇଞ୍ଜିନର ହୋଇଥାଏ କ୍ଷତି, ଜାଣନ୍ତୁ ବ୍ୟବହାର କରିବାର ଉପାୟ

କଣ କାରର ଏସି ଅଧିକ ବ୍ୟବହାର କରିବା ଦ୍ୱାରା ଏହା କାରର ମାଇଲେଜ ଏପରେ ପ୍ରଭାବ ପକାଏ ? ହଁ, ଏସି ଚଲାଇବା ଦ୍ୱାରା କାରର ପାୱାର କମିବା ସହିତ ଇଞ୍ଜିନ ଉପରେ ମଧ୍ୟ ଲୋଡ ଆସିଥାଏ ।

କଣ କାରର ଏସି ଅଧିକ ବ୍ୟବହାର କରିବା ଦ୍ୱାରା ଏହା କାରର ମାଇଲେଜ ଏପରେ ପ୍ରଭାବ ପକାଏ ? ହଁ, ଏସି ଚଲାଇବା ଦ୍ୱାରା କାରର ପାୱାର କମିବା ସହିତ ଇଞ୍ଜିନ ଉପରେ ମଧ୍ୟ ଲୋଡ ଆସିଥାଏ । ଇଞ୍ଜିନ ଯେତେବେଳେ ଲୋଡ ନିଏ ସେତେବେଳେ ତାହା ମାଇଲେଜ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଏସି ଚଲାଇବା ଦ୍ୱାରା ମାଇଲେଜ କମ ହେବା ସହିତ କାର ଉପରେ ଅନ୍ୟ କେଉଁ ପ୍ରଭାବ ପଡ଼ିଥାଏ ଏବଂ ଏହାକୁ କିପରି ନିୟନ୍ତ୍ରଣ କରି ପାରିବା ।

କାରରେ ଏସି ବାରମ୍ବାର ଲାଗି ରହିବା ଦ୍ୱାରା ଏହାର ପ୍ରଭାବ ସଙ୍ଗେ ସଙ୍ଗେ ଦେଖାଇ ନଥାଏ । ଏହାର ପ୍ରଭାବ ଅନେକ ସମୟ ପରେ ଜଣାପଡ଼ି ଥାଏ । କାରକୁ ଚଳାଇବା ପାଇଁ ଇଞ୍ଜିନକୁ ତାର ଜରୁରୀ ଅନୁସାରେ ବଳ ଲଗାଇବାକୁ ପଡ଼ିଥାଏ । ଲଗାତାର ଏସି ଚଲାଇବା ଦ୍ୱାରା ଇଞ୍ଜିନ ଉପରେ ଅଧିକ ୫୦ ପ୍ରତିଶତ ଭାର ପଡିଥାଏ । ତାହା ହେଉଛି, ଆପଣଙ୍କର ଇଞ୍ଜିନ୍ ଏସିର କ୍ଷମତା ଠାରୁ ୫୦ ପ୍ରତିଶତ ଅଧିକ କାମ କରୁଛି ।

ଏମିତିରେ ଇଞ୍ଜିନ ସହିତ କାରର ଗତି ନିୟନ୍ତ୍ରଣ ରଖିବା ପାଇଁ ଏସିକୁ ମଧ୍ୟ ନିୟନ୍ତ୍ରଣ କରି ଚଲାଇବାକୁ ହେବ । ନଚେତ ଏହିଭଳି ପରିସ୍ଥିତିରେ କାର ଇଞ୍ଜିନର ଜୀବନ ହ୍ରାସ ପାଇବା ଆରମ୍ଭ ହୋଇଯିବ । ଏହା ସହିତ ଲଗାତର ଏସି ଚଲାଇବା ଦ୍ୱାରା ଏହାର ପ୍ରଭାବ କାରର ବଡି ଉପରେ ପଡିଥାଏ । ଏସିକୁ ଚଲାଇବା ଦ୍ୱାରା ଗାଡି ଥରିଥାଏ । ଏଥି ଯୋଗୁଁ କାରର ଯନ୍ତ୍ର ଢିଲା ହୋଇଯାଏ । ଯାହା ଫଳରେ କାରର ଅନେକ ଯନ୍ତ୍ରରେ କ୍ଷତି ହୋଇଥାଏ ।

ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବାର ସଠିକ ପଦ୍ଧତି- ଏହି ଭଳି ସମସ୍ୟାରୁ ଆପଣ ଆରାମରେ ବଞ୍ଚି ପାରିବେ । ଯଦି ଆପଣଙ୍କ କାରରେ କ୍ଲାଇମେଟକୁ ନିୟନ୍ତ୍ରଣ କରିବାର ଏସି ଅଛି ତେବେ ତାହାର ତାପମାତ୍ରା ସବୁ ବେଳେ ୨୪ ଡିଗ୍ରୀରେ ରଖନ୍ତୁ । ଏମିତି କରିବା ଦ୍ୱାରା କଂପ୍ରେସର ମଝିରେ ବନ୍ଦ ହେବ ଏବଂ ଇଞ୍ଜିନ ଉପରେ ମଧ୍ୟ ପ୍ରଭାବ ପଡିନଥାଏ । ଯଦି ଆପଣଙ୍କ କାରରେ ମାନୁଆଲ୍ ଏସି ନିୟନ୍ତ୍ରଣ ଅଛି, ତେବେ ତାହାର ତାପମାତ୍ରା ବ୍ଲୁ ଲାଇନର ମଧ୍ୟରେ ରଖିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.