Below header

ବିଜୁଳି ଉପଭୋକ୍ତା ପାଇଁ ବଡ଼ ଖବର, ଦିନର ସମୟ ଅନୁସାରେ ଲାଗୁ ହେବ ବିଦ୍ୟୁତ ଶୁଳ୍କ

ବିଜୁଳି ଉପଭୋକ୍ତା ପାଇଁ ବଡ଼ ଖବର। ବିଦ୍ୟୁତ ନିୟମ ୨୦୨୦ରେ ସଂଶୋଧନ କଲେ କେନ୍ଦ୍ର ସରକାର। ନୂଆ ନିୟମ ଅନୁସାରେ ଦିନର ସମୟ ଅନୁସାରେ ଲାଗୁ ହେବ ବିଦ୍ୟୁତ ଶୁଳ୍କ। ୨୦୨୫ ଏପ୍ରିଲ ୧ ତାରଖରୁ ଲାଗୁ ହେବ ନୂତନ ବିଦ୍ୟୁତ ଶୁଳ୍କ। ଦିନରେ ୮ଘଣ୍ଟା ଦେବେ ଧାର୍ଯ୍ୟ ଦର ଠାରୁ କମ୍‌ ଶୁଳ୍କ।

ପିକ୍‌ ଆୱାରରେ ୧୦-୨୦% ଅଧିକ ଦେବେ ଉପଭୋକ୍ତା। କୃଷି କ୍ଷେତ୍ର ବ୍ୟତୀତ ଅନ୍ୟ ସମସ୍ତେ ଏହି ନୂଆ ଦର ଦେବେ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂ କହିଛନ୍ତି। ଟାଇମ୍‌ ଅଫ୍‌ ଡେ- ଟିଓଡି ଟାରିଫ ଓ ସ୍ମାର୍ଟ ମିଟରିଂ ନିୟମାବଳୀର ସରଳୀକରଣ ପ୍ରଚଳନ କରାଯାଇଛି।

ସୌର ଘଣ୍ଟା ସମୟରେ ବିଦ୍ୟୁତ ଟାରିଫ ୨୦ପ୍ରତିଶତ କମ୍‌ ରହିବ। ଅଧିକ ଚାହିଦା ସମୟରେ ଟାରିଫ ଅଧିକ ରହିବ। ଟିଓଡି ବ୍ୟବସ୍ଥାର ପ୍ରଭାବୀ ଉପଯୋଗରୁ ଗ୍ରାହକଙ୍କୁ ଲାଭ ମିଳିବ ବୋଲି କୁହାଯାଇଛି।

ଏହା ସହ ସ୍ମାର୍ଟ ମିଟରିଂ ବ୍ୟବସ୍ଥାରେ ନିୟମାବଳୀକୁ ମଧ୍ୟ ସରଳ କରାଯାଇଛି। ଉପଭୋକ୍ତାଙ୍କ ଶୋଷଣ ଏଡ଼ାଇବା ପାଇଁ ସର୍ବାଧିକ ଅନୁମୋଦିତ ଚାହିଦା ଠାରୁ ଉପଭୋକ୍ତାଙ୍କ ଚାହିଦା ବୃଦ୍ଧି ପାଇଲେ ବର୍ତ୍ତମାନର ଜରିମନା ପରିମାଣକୁ ହ୍ରାସ କରାଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.