Below header

ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଧାୟକ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଅନାମଙ୍କ ଭବାନୀପାଟଣା ନକଟିଗୁଡ଼ା ସ୍ଥିତ ଘର, ଏମ୍‌. ରାମପୁରରେ ଥିବା ଏକ ହୋଟେଲରେ ଏକକାଳୀନ ରେଡ୍‌ ଚାଲିଛି । ଜୟପୁର ଭିଜିଲାନ୍ସ ଏସପିଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଚଢ଼ାଉ କରିଛନ୍ତି । ଏତିକିବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ସୂଚନା ମିଳିଛି । ଏବେ ବି ଜାରି ରହିଛି ରେଡ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.