ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରେଣ୍ଡ କରୁଛି #ThankYouDhoni, ମାହିଙ୍କୁ ଏମିତି ଧନ୍ୟବାଦ ଦେଉଛନ୍ତି ଫ୍ୟାନ୍‌

ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(BCCI) ପୂର୍ବତନ କ୍ୟାପ୍‌ଟେନ ମହେନ୍ଦ୍ର ସିଂ ଧୋନୀଙ୍କୁ ଚୁକ୍ତିଭୁକ୍ତ ଖେଳାଳି ତାଲିକାରୁ ବାହାର କରିଦେଇଛି। କହି ରଖୁଛୁ କି, ଓ୍ଵାର୍ଲ୍ଡକପ୍‌ରୁ ବାହାର ହେବା ପରଠାରୁ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଯାଇଛନ୍ତି। ଟେଷ୍ଟ୍‍ ମ୍ୟାଚ୍‌ ପୂର୍ବରୁ ହିଁ ଧୋନୀ ସନ୍ନ୍ୟାସ ନେଇସାରିଛନ୍ତି। ଏହାପରେ ତାଙ୍କ ପାଇଁ ଅନ୍ତର୍ଜାତୀୟ ଟିମ୍‌ରେ ଖେଳିବାର ରାସ୍ତା ମୁସ୍କିଲ ହୋଇଯାଇଛି। BCCI ଦ୍ୱାରା ଜାରି ତାଲିକାରେ ଧୋନୀଙ୍କୁ ଏବେ କୌଣସି ବି ବର୍ଗରେ ସ୍ଥାନ ଦିଆଯାଇନାହିଁ।


ତେବେ ସେ ଯାହା ହେଉନା କାହିଁକି, ଧୋନୀ ତାଲିକାରୁ ବାଦ୍‌ ପଡ଼ିବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ନିଆରା ଢଙ୍ଗରେ ଧନ୍ୟବାଦ ଜଣାଉଛନ୍ତି। #ThankYouDhoni ଟୁଇଟରରେ ଜବରଦସ୍ତ ଟ୍ରେଣ୍ଡ କରୁଛି। ଆସନ୍ତୁ, ନଜର ପକାଇବା ଲୋକେ ଏ ନେଇ ଧୋନୀଙ୍କୁ କ’ଣ କହିଛନ୍ତି?


ସୋସିଆଲ ମିଡିଆରେ କିଛି ୟୁଜର ଲେଖିଛନ୍ତି, ‘ଧୋନୀ ଆମ ପସନ୍ଦର ଖେଳାଳି’। ଆଉ ଜଣେ କହିଛନ୍ତି, ‘ମୋ ମୋ’ କେବଳ ଧୋନୀଙ୍କ ପାଇଁ କ୍ରିକେଟ୍‌ ଦେଖୁଥିଲେ’। ସେହିପରି ପାଣ୍ଡେ ଜୀ ନାମକ ୟୁଜର କହିଥିଲେ, ‘ତୁମେ ସବୁବେଳେ ଆମ କ୍ୟାପ୍‌ଟେନ ହୋଇ ରହିବ’। କେବଳ ଏତିକି ନୁହେଁ, ‘ଧୋନୀଙ୍କ ହେଲିକାପ୍ଟର ଶଟ୍‌ ଆମେ ମିସ୍‌ କରିବୁ’ ବୋଲି କିଛିଜଣ କହିଥିଲେ। ଏ ସବୁ କମେଣ୍ଟସ୍‌ରୁ ଜଣାପଡ଼ୁଛି, ଧୋନୀଙ୍କୁ ତାଙ୍କ ଫ୍ୟାନ୍‌ମାନେ କେତେ ଭଲ ପାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.