ପୂର୍ବତନ ବିଧାୟକଙ୍କ ପେନସନ୍‌ ବୃଦ୍ଧି ଦାୟର ମାମଲା ଖାରଜ, ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ପୂର୍ବତନ ବିଧାୟକଙ୍କ ପେନସନ୍‌ ବୃଦ୍ଧି ପ୍ରସଙ୍ଗ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ଚ ଏସ୍‌.ମୁରଲୀଧର ଓ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମାମଲା ଖାରଜ କରିଛନ୍ତି । ଆଗକୁ ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲା ଗ୍ରହଣୀୟ ନୁହେଁ ବୋଲି ଅଦାଲତ କହିବା ସହ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଆବଦେନକାରୀ ଜିସି ସାହୁଙ୍କ ଆବଦେନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାମଲାର ଶୁଣାଣି ସମୟରେ ଆବଦେନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ରାଜ୍ୟ ସରକାର ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଯାଉଛନ୍ତି । କରଦାତାଙ୍କ ଉପରେ ଏହାର ପ୍ରଭାବ ପଡିବ । ଅନ୍ୟପଟେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିଷ୍ପତ୍ତି ହୋଇନଥିବା ସ୍ପଷ୍ଟ ହୋଇଥିଲା । ଏହି ମାମଲାରେ ରାଜ୍ୟସରକାର, ବାଚସ୍ପତି, ଓଡ଼ିଶା ବିଧାନସଭା ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.