Below header

ପୂର୍ବତନ ସରପଞ୍ଚଙ୍କୁ ଗୋଡ଼େଇ ଗୋଡ଼େଇ ବେଲ୍‌ଟରେ ପିଟିଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ୍‌ ପରେ ୩ ଗିରଫ

ଯାଜପୁର ଟାଉନ୍(କେନ୍ୟୁଜ୍): ଓଡ଼ିଶାରେ ତାଲିବାନ କ୍ରୂରତା । ଜଣେ ବ୍ୟକ୍ତିଙ୍କୁ ବେଲଟରେ ନିର୍ଘାତ ମାଡ଼ । ବିଚ୍‌ ରାସ୍ତାରେ ସର୍ବସମ୍ମୁଖରେ ଆକ୍ରମଣ । ଗୋଡ଼େଇ ଗୋଡ଼େଇ ବେଲ୍‌ଟରେ ପିଟିଲେ । ତଳେ ପକାଇ ବି ମାରିଲେ ଦୁର୍ବୃତ୍ତ । ଏଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କସପା ପଞ୍ଚାୟତର ।

ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁଙ୍କୁ କିଛି ଦୁର୍ବୃତ୍ତ ଏଭଳି ଆକ୍ରମଣ କରିଥିଲେ । ଆକ୍ରମଣରେ ଆହତ ହୋଇଛନ୍ତି ଲକ୍ଷ୍ମୀଧର । ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସିତ ହୋଇ ଆଜି ଘରକୁ ଫେରିଛନ୍ତି ଲକ୍ଷ୍ମୀଧର ।

ବେଲ୍‌ଟରେ ମାଡ଼ ମାରିବା ଭିଡିଓ ଭାଇରାଲ୍‌ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଦେବଦତ୍ତ ଦାସ ଫେରାର୍‌ ଅଛି । ପୂର୍ବ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଶତ୍ରୁତାରୁ ଲକ୍ଷ୍ମୀଧରଙ୍କ ଉପରେ ଏଭଳି ବର୍ବର ହମଲା କରିଛନ୍ତି ୮ ଦୁର୍ବୃତ୍ତ । ପୋଲିସ ଅଧିକ ଖୋଳତାଡ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.