ବରିଷ୍ଠ ନାଗରିକଙ୍କୁ ଏବେ ଆଉ ଟ୍ରେନରେ ମିଳିବନି ରିହାତି, ଜାଣନ୍ତୁ କଣ କହିଛନ୍ତି ରେଳମନ୍ତ୍ରୀ

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖବର। ଟ୍ରେନ୍ ଟିକଟରେ ବରିଷ୍ଠ ନାଗରିକମାନଙ୍କୁ ଯେଉଁ ରିହାତି ମିଳୁଥିଲା ତାହା ଏବେ ଲାଗୁ ହେବ ନାହିଁ ବୋଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ରେଳବାଇରେ ବରିଷ୍ଠ ନାଗରିକଙ୍କୁ ମିଳୁଥିବା ରିହାତିକୁ ନେଇ ପରିବର୍ତ୍ତନ ହୋଇଛି। କୋଭିଡ୍ ମହାମାରୀ ବ୍ୟାପିବା ପରେ ୨୦୨୦ରେ ଏହି ରିହାତି ସ୍କିମ୍କୁ ରେଳବାଇ ବନ୍ଦ କରିଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ମଧ୍ୟ ତାହାକୁ ପୁନର୍ବାର ଲାଗୁ କରାଯାଉନାହିଁ। ଏହି ପ୍ରସଙ୍ଗରେ ମହାରାଷ୍ଟ୍ରର ସାଂସଦ ନବନୀତ ରାଣାଙ୍କ ପ୍ରଶ୍ନ ଶୁଣିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ ସିଧାସଳଖ ଉତ୍ତର ଦେବା ବଦଳରେ ରେଳବାଇ କେଉଁ କାମରେ କେତେ ଖର୍ଚ୍ଚ ହେଉଛି ତାହା କହିଥିଲେ।

ଗତବର୍ଷ ରେଳବାଇ ପକ୍ଷରୁ ଯାତ୍ରୀ ସେବା ଉପରେ ୫୯ ହଜାର କୋଟି ଟଙ୍କାର ସବ୍ସିଡି ପ୍ରଦାନ କରାଯାଇଛି। ଏହା କିଛି ରାଜ୍ୟର ବଜେଟରୁ ମଧ୍ୟ ଅଧିକ। ରେଳବାଇକୁ ପ୍ରତିବର୍ଷ ବେତନରେ ୯୭ ହଜାର କୋଟି ଟଙ୍କା ଏବଂ ପେନ୍ସନ୍ ବାବଦରେ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।  ଏହା ବ୍ୟତୀତ କେବଳ ୪୦ ହଜାର କୋଟି ଟଙ୍କାରେ ଇନ୍ଧନ କିଣିବାକୁ ପଡ଼ୁଛି  ଏବଂ ନୂଆ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ଆଗକୁ ଦରକାର ପଡ଼ିଲେ ନୂଆ ପଦକ୍ଷେପ ଗ୍ରହଣ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ରେଳବାଇର ସ୍ଥିତି କ’ଣ ରହିଛି ତାହା ଲୋକମାନେ ଜାଣିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.