Below header

ଓଡ଼ିଶା ଉପକୂଳରେ ସମରାଭ୍ୟାସ ସାଗର କବଚ-୧ ଆରମ୍ଭ, ଆତଙ୍କୀଙ୍କୁ ଚେକ୍‌ ଦେବାକୁ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ

ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୧ ଆରମ୍ଭ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଦୁଇଥର ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ ‘ସାଗର କବଚ’।

ପାରାଦୀପ (କେନ୍ୟୁଜ): ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୧ ଆରମ୍ଭ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଦୁଇଥର ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ ‘ସାଗର କବଚ’ । ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀଙ୍କୁ କିପରି ପ୍ରତିରୋଧ କରାଯାଇ ପାରିବ ଏହାର କୌଶଳ ପ୍ରଦର୍ଶନ କରିବେ ୧୦ରୁ ୧୨ଟି ବିଭାଗ। ଗଭୀର ସମୁଦ୍ରରେ ଭାରତୀୟ ନୌବାହିନୀ ଏବଂ କୂଳରେ କୋଷ୍ଟଗାର୍ଡ, ମେରାଇନ ପୋଲିସ ଓ ମତ୍ସ୍ଯ ବିଭାଗ ପଇଁତରା ମାରୁଛନ୍ତି ।

ଅନ୍ୟ ବିଭାଗଗୁଡିକ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି । ଏମାନଙ୍କୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି । ରେଡ୍ ଟିମ୍ ଆତଙ୍କବାଦୀ ରୂପରେ ଜଳପଥରୁ ଆସି ସ୍ଥଳପଥରେ ଆକ୍ରମଣ କରିବାକୁ ଯୋଜନା କରିବେ  । ଆଉ ଆକ୍ରମଣକୁ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗରେ ତୟାର ରହିବେ । ଏହି ମିଳିତ ସମରାଭ୍ୟାସରେ କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ, ବନ ବିଭାଗ, ପାରାଦୀପ ବନ୍ଦର ଆଦି ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.