ଯାଜପୁର ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ବଡ଼ ଗଛ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ଯାଜପୁର ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ । ଉପୁଡ଼ିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ। ଯାଜପୁର ଜିଲ୍ଲାରେ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗିରହିଛି। ରାତିରେ ପବନ, ଘଡଘଡି ସହ ଅଧିକ ବର୍ଷା ହେଉଛି ।

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ । ଉପୁଡ଼ିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ। ଯାଜପୁର ଜିଲ୍ଲାରେ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗିରହିଛି। ରାତିରେ ପବନ, ଘଡଘଡି ସହ ଅଧିକ ବର୍ଷା ହେଉଛି ।

ସେହିପରି ଆଜି ସକାଳୁ ମଧ୍ୟ ବର୍ଷା ଲାଗି ରହିଛି। ଯାଜପୁର ସମେତ ଜିଲ୍ଲାର ବରୀ, ଧର୍ମଶାଳା, ବଡ଼ଚଣା, ରସୁଲପୁର, ଦଶରଥପୁର, ବିଂଝାରପୁର, ଦାନଗଦି, ସୁକିନ୍ଦା ଆଦି ବ୍ଲକ ଅଂଚଳରେ ଝିପିଝିପି ବର୍ଷା ଲାଗିରହିଛି। ବରୀ ବ୍ଲକ ଅଂଚଳରେ ସର୍ବାଧିକ ୩୧ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷାସହ ଜୋରରେ ପବନ ବୋହିବାରୁ ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ବ୍ୟାହତ ହୋଇଛି ସାଧାରଣ ଜୀବନ ଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.