ରାଜଧାନୀରେ କମିସନରେଟ ପୋଲିସ୍ ନଜରରେ ଅମାନିଆ ଗାଡି ଚାଳକ, ରେଡ୍ ଲାଇଟ ଡେଇଁ ପଳାଉଥିବା ୨୦ଟି ଗାଡି ସିଜ୍

ରାଜଧାନୀରେ କମିସନରେଟ ପୋଲିସ୍ ନଜରରେ ଏବେ ଅମାନିଆ ଗାଡି ଚାଳକ । ଟ୍ରାଫିକ ନୀୟମ ନମାନି ଗାଡି ଚଲାଉଥିବା ପାଖାପାଖି ୨୦ଟି ଗାଡି ସିଜ୍ କରାଯାଇଛି । ଟ୍ରାଫିକ ଥାନା ପକ୍ଷରୁ ଏଜି ଛକ ଏବଂ ଜୟଦେବ ବିହାର ଛକରେ ଚେକିଂକୁ ଜୋରଦାର କରିଥିଲା ଟ୍ରାଫିକ ଥାନା ପୋଲିସ୍ । ରେଡ ଲାଇଟ ଡେଇଁ ପଳାଇ ଯିବାକୁ ଚେଷ୍ଟା କରୁଥିବା ୨୦ଟି ଗାଡି ସିଜ୍ କରିଛି ଟ୍ରାଫିକ ଥାନା ପୋଲିସ୍ ।

ଭୁବନେଶ୍ଵର(କେନ୍ୟୁଜ): ରେଡ୍ ଲାଇଟ ଡେଇଁ ପଳାଇ ଯାଉଥିଲେ ହୋଇଯାଆନ୍ତୁ ସାବଧାନ୍ । ଏବେ ସାବାଡ ହେବେ ଅମାନିଆ ଡ୍ରାଇଭର । ରାଜଧାନରେ ଦୁର୍ଘଟଣା ରୋକିବାକୁ ଅନେକ ସମୟରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଉଛି । ଏହି କ୍ରମରେ ଆଉ ଏକ ପଦକ୍ଷେପ ନେଇଛି କମିଶନରେଟ୍‌ ପୋଲିସ୍‌ । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମୋଟା ଅଙ୍କର ଫାଇନ ଆଦାୟ ସହ ଗାଡ଼ି ଓ ଡ୍ରାଇଭିଂ ଲାଇସେନ୍ସ ଜବତ କରି କୋର୍ଟ ଚାଲାଣ କରିବ ପୋଲିସ । ଅମାନିଆ ଚାଳକଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିପାରେ । ଏହାକୁ ନେଇ ଚେତେଇ ଦେଇଛି କମିଶନରେଟ୍‌ ପୋଲିସ । କାରଣ ଟ୍ରାଫିକ ଅମାନିଆଙ୍କ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଅକାଳରେ ଜୀବନ ଯାଉଛି ।

ତେବେ ରାଜଧାନୀରେ କମିସନରେଟ ପୋଲିସ୍ ନଜରରେ ଏବେ ଅମାନିଆ ଗାଡି ଚାଳକ । ଟ୍ରାଫିକ ନୀୟମ ନମାନି ଗାଡି ଚଲାଉ ଥିବା ପାଖାପାଖି ୨୦ଟି ଗାଡି ସିଜ୍ କରାଯାଇଛି । ଟ୍ରାଫିକ ଥାନା ପକ୍ଷରୁ ଏଜି ଛକ ଏବଂ ଜୟଦେବ ବିହାର ଛକରେ ଚେକିଂକୁ ଜୋରଦାର କରିଥିଲା ଟ୍ରାଫିକ ଥାନା ପୋଲିସ୍ । ରେଡ ଲାଇଟ ଡେଇଁ ପଳାଇ ଯିବାକୁ ଚେଷ୍ଟା କରୁଥିବା ୨୦ଟି ଗାଡି ସିଜ୍ କରିଛି ଟ୍ରାଫିକ ଥାନା ପୋଲିସ୍ ।

ଏନେଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସତର୍କ କରାଯାଇଛି । ବିଭିନ୍ନ ଛକରେ ଲାଗିଥିବା ଟ୍ରାଫିକ ସିଗ୍ନାଲରେ ଅରେଞ୍ଜ୍, ରେଡ୍ ଏବଂ ଗ୍ରୀନ ସିଗ୍ନାଲ ଉପରେ ସଚେତନ କରାଯିବା ସହ ନିୟମ ଉଲଘଂନକାରୀଙ୍କ ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମଦ ପିଇ ଗାଡ଼ି ଚଲାଉଥିଲେ, ରଙ୍ଗ ରୁଟରେ ଗାଡ଼ି ଚଳାଇଲେ ଏବଂ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଶେଷ କରି ଟ୍ରାଫିକ ନିୟମକୁ ବେଖାତିର୍ କରିବା ଯୋଗୁଁ ଘଟୁଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଏଭଳି କଡ଼ା ପଦକ୍ଷେପ ନିଆଯାଉଥିବା କହିଛନ୍ତି ଟ୍ରାଫିକ ଡିସିପି ପିକେ ରାଉତ ।

red
image credit: freepik.com

 

ଏପଟେ ଭୁବନେଶ୍ଵର ସହରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଥାନା ତରଫରୁ ମଦ୍ୟପାନ ଜନିତ ଗାଡି ଚାଳନା ବିରୋଧରେ କରାଯାଇଥିବା ଅଭିଯାନ ମାଧ୍ୟମରେ ମୋଟ ୫୩ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ଟ୍ରାଫିକ ଥାନା ତରଫରୁ ୧୫ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭୁବନେଶ୍ଵର ସହରାଞ୍ଚଳର ସମସ୍ତ ଥାନା ତରଫରୁ ସମୁଦାୟ ୬୭ଟି ଚାରିଚାକିଆ ଓ ଦୁଇଚକିଆ ଯାନ ଜବତ କରାଯାଇଛି ।

ଭୁବନେଶ୍ଵର ସହରାଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ତଥା ସହରକୁ ସୁରକ୍ଷିତ ରଖିବା ପାଇଁ “ସେଫ ସିଟି ଡ୍ରାଇଭ” ଅଧୀନରେ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଚାଲୁଥିବା ଖଟି, ସର୍ବସାଧାରଣରେ ନିଶାଦ୍ରବ୍ୟ କରୁଥିବା ଅସାମାଜିକ ବ୍ୟକ୍ତିବିଶେଷ ମାନଙ୍କୁ ନିୟମିତ ଭାବରେ ତଦାରଖ କରାଯାଉଛି । କମିଶନରେଟ ପୋଲିସ ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ଭୁବନେଶ୍ଵରବାସୀଙ୍କ ସୁରକ୍ଷା ଦିଗରେ ମଧ୍ୟ ଯଥେଷ୍ଟ ଯତ୍ନବାନ ଅଛି ।

ସୂଚନା ଥାଉକି, ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ ହେଉଥିବା ଅଭିଯାନ କ୍ରମରେ ଗତ ଜାନୁଆରୀ ମାସରୁ ଏଯାଏ ମୋଟ ୨୭୫ ଜଣ ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଥିବା ସହିତ ମୋଟ ୨୯୯ ଟି ଦୁଇ/ ଚାରି ଚକିଆ ଯାନ ଜବତ କରାଯାଇପାରିଛି । ଭୁବନେଶ୍ଵର ସହରାଞ୍ଚଳ ପୋଲିସ୍ ତରଫରୁ “ସେଫ ସିଟି ଡ୍ରାଇଭ” ମାଧ୍ୟମରେ ସର୍ବସାଧାରଣ ଜାଗାରେ ମଦ୍ୟପାନ କରିବା ଓ ମଦ୍ୟପାନ କରି ଗାଡି ଚାଳନ କରିବା ବିରୋଧରେ ଆଗକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.