Below header

ପାଣିପାଗ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିଚାରବିମର୍ଶ ପରେ କଲେଜ ଛୁଟି ବଢ଼ାଇବା ସଂପର୍କରେ ନିଷ୍ପତ୍ତି: ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ):ପ୍ରଚଣ୍ଡ ତାତି ଯୋଗୁ ୟୁଜି ଓ ପିଜି କ୍ଲାସ ମେ’ ଦୁଇ ତାରିଖ ଯାଏ ବନ୍ଦ ରହିଛି । ପାଣିପାଗ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିଚାରବିମର୍ଶ କରି କଲେଜ ଛୁଟି ବଢ଼ାଇବା ସଂପର୍କରେ ନିଷ୍ପତ୍ତି ନିଆଯିବ ।

ଖରା ବଢୁଛିବାରୁ କଲେଜ ଛୁଟି ବୃଦ୍ଧି ସଂପର୍କରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏହା କହିଛନ୍ତି । ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି କଲେଜ ଓ ବିଶ୍ୱବିଦ୍ୟାଳୟରେ ୟୁଜି ଓ ପିଜି କ୍ଲାସକୁ ମେ ୨ ତାରିଖ ଯାଏ ବନ୍ଦ ରଖାଯାଇଛି । ତେବେ ପରୀକ୍ଷା, ଖାତାଦେଖା, ପ୍ରଶାସନିକ କାର୍ଯ୍ୟ ଓ ଗବେଷଣା କାର୍ଯ୍ୟ ଚାଲୁ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.