ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିଜୁଳି ସଙ୍କଟ ନାହିଁ: ମୁଖ୍ୟ ସଚିବ

ଭୁବନେଶ୍ବର(କେନ୍ୟୁଜ): ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିଜୁଳି ସଙ୍କଟ ନାହିଁ ବୋଲି କହିଛନ୍ତି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅନ୍ୟ ରାଜ୍ୟରେ କୋଇଲା ପହଞ୍ଚିପାରୁ ନଥିବାରୁ ଦିନକୁ ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି । କିନ୍ତୁ ଓଡ଼ିଶାରେ ସେମିତି ସ୍ଥିତି ନାହିଁ ।

ରାଜ୍ୟରେ କୋଇଲାର ଅଭାବ ନାହିଁ । ସମସ୍ତ ପାଓ୍ଵାର ପ୍ଲାଣ୍ଟ ଗୁଡିକୁ କୋଇଲା ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏମସିଏଲକୁ କୁହାଯାଇଛି ବୋଲି ମୁଖ୍ୟ ସଚିବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.