Below header

୧୧ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା : ଭାରତୀୟ ପାଣିପାଗ ବିଭାଗର ସୂଚନା

କେନ୍ଯୁଜ୍: ୧୧ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ୧୧ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ। ସତର୍କତା ଜାରି କରାଯାଇଥିବା ୧୧ଟି ଜିଲ୍ଲା ହେଲା, ସୋନପୁର, ବୌଦ୍ଧ,ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି, ଅନୁଗୁଳ। ଏହି ସମୟରେ ଛୋଟପିଲା, ଅସୁସ୍ଥ ଓ ବୃଦ୍ଧଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି।

heatwaveଅନୁଗୁଳରେ ବଡ଼ି ଚାଲିଛି ତାପମାତ୍ରା। ପାରଦ ଯେତିକି ବଢ଼ି ବଢ଼ି ଚାଲିଛି, ଜନଜୀବନ ଉପରେ ତାର ପ୍ରଭାବ ବେଶ୍‌ ପରିଲକ୍ଷିତ ହେଉଛି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଲୋ ଭୋଲଟେଜ ସମସ୍ୟାକୁ ଦ୍ୱିଗୁଣିତ କରିଛି। ବର୍ତ୍ତମାନ ଅନୁଗୁଳରେ ତାପମାତ୍ରା ୪୩ ଡିଗ୍ରୀ ରହୁଥିବା ବେଳେ ଆଗାମୀ ୫ ଦିନ ପାଇଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କୋଇଲା ଖଣିରେ ଲାଗୁଥିବା ନିଆଁ, ବ୍ୟାପକ ପ୍ରଦୂଷଣ ତାପମାତ୍ରା ବୃଦ୍ଧିର କାରଣ ପାଲଟିଛି। ସେପଟେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଜଳଛତ୍ର ଖୋଲାଯାଇନଥିବା ତଥା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି।

heat-ଅନ୍ଯପଟେ କୁଚିଣ୍ଡାରେ ମଧ୍ୟ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖରାର ପ୍ରକୋପ ଯୋଗୁଁ କୁଚିଣ୍ଡା ଅଞ୍ଚଳରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ତାତି ଏତେ ମାତ୍ରାରେ ରହୁଛି ଯେ, ଦିନ ୧୦ଟା ହୋଇଗଲେ ଲୋକେ ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରୁ ନାହାନ୍ତି। ପ୍ରଚଣ୍ଡ ଖରା ହେବାସହ ବିଦ୍ୟୁତ କାଟ୍‌ ଓ ଲୋ ଭୋଲଟେଜ ପରି ସମସ୍ୟା ସହ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଏନ୍‌ଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ଖୋଲାଯାଇଛି।

heat-1ସେହିଭଳି ସୁବର୍ଣ୍ଣପୁରରେ ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ। ଖରାର ପ୍ରାଦୁର୍ଭାବ ଏତେ ପରିମାଣରେ ବଢ଼ିଛି ଯେ, ଦିନ ୯ଟା ହେଲେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇଯାଉଛି । କି ପଶୁ କି ମଣିଷ, ଖରା ଦାଉରୁ କିଭଳି ରକ୍ଷା ପାଇବେ ଏବେ ସେଇ ଚିନ୍ତାରେ। ସେପଟେ ଲୋ ଭୋଲଟେଜ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ୍‌ ଲୋକଙ୍କ ଜୀବନକୁ ସ୍ତବ୍ୟସ୍ତ କରିପକାଇଛି । ସାଧାରଣତଃ ୪୩ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଧିରେ ଧିରେ ପାରଦ ଉପର ମୁହାଁ ହୋଇଛି। ଗତ କିଛି ଦିନ ହେଲା ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ଉପରେ ରହୁଛି। ରାତିରେ ଗୁଳୁଗୁଳି ମଧ୍ୟ ଅସମ୍ଭାଳ ରହୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.