ଏଠାରେ ମାନେକୁଇନକୁ ବି ଢାଙ୍କି ଦିଅନ୍ତି ମୁଖାରେ, ଏହା ପଛର ଆଶ୍ଚର୍ଯ୍ୟକର କାରଣ ଜଣାଇଲା ଆଇଏସଆଇଏସ ସଂଗଠନ

ଆପଣ କପଡ଼ା ଶୋ’ରୁମଗୁଡିକରେ ଅନେକ ମାନେକୁଇନକୁ ଦେଖିଥିବେ। କିନ୍ତୁ, ଏମିତି ଏକ ଜାଗା ଅଛି, ଯେଉଁଠି ମାନେକୁଇନ ବା ଲୁଗାପଟା ପ୍ରଦର୍ଶନ ପାଇଁ ରଖାଯାଇଥିବା ପ୍ରତିକୃତିଗୁଡିକୁ ମୁଖାରେ ଢକାଯାଇଥାଏ। ଏକ ରିପୋର୍ଟ ଅନୁସାରେ, ଇସଲାମିକ ଷ୍ଟେଟ ଅଫ ଇରାକ ଏବଂ ‘ଅଲ-ଶାମ’ ନାଁରେ ଜଣାଶୁଣା ଆଇଏସଆଇଏସ ଇରାକ ଓ ସିରିଆରେ ଦ୍ରୁତ ଗତିରେ ନିଜର ପତିଆରା ସୃଷ୍ଟି କରିଥିବା ଏକ ମୁସଲିମ ଆତଙ୍କବାଦୀ ସଂଗଠନ। ଏହି ସଂଗଠନର ଲୋକେ ନିଜକୁ କଠୋରପନ୍ଥୀ ମୁସଲମାନ ମାନିଥାନ୍ତି।

MANNEQUIN MADNESS

ସଂଗଠନର ଆତଙ୍କବାଦୀମାନେ ଇରାକର ଅନେକ ଶୋ’ରୁମରେ ରଖାଯାଇଥିବା ମାନେକୁଇନଗୁଡ଼ିକର ମୁଁହକୁ ମୁଖାରେ ଢାଙ୍କି ଦେଇଛନ୍ତି। ତେବେ ଏମିତି କରିବା ପଛରେ ସେମାନେ ଏକ ଆଶ୍ଚର୍ଯ୍ୟକର କାରଣ ଜଣାଇଛନ୍ତି। ଇରାକର ଦ୍ୱିତୀୟ ସବୁଠାରୁ ବଡ଼ ସହର ମୋସୁଲରେ ଏହି ସଂଗଠନର ଲୋକେ ଏମିତି କାମ କରିଛନ୍ତି।

ସେମାନେ ମାନନ୍ତି ଯେ ସିରିଆର ଆଇନ ମୁତାବକ, କୌଣସି ବି ମୂର୍ତ୍ତିକୁ ମଣିଷର ଚେହେରା ଦେବା ଭୁଲ ଅଟେ। ମଣିଷ ମୂର୍ତ୍ତି ତିଆରି କରିବା ଏବଂ ସେଗୁଡିକୁ ଖୋଲାଖୋଲି ଭାବେ ଦେଖାଇବା ଆଇନ ବିରୋଧୀ କାର୍ଯ୍ୟ। ତେଣୁ ଅନେକ ଶୋ’ରୁମର ସମସ୍ତ ପୁରୁଷ ଏବଂ ମହିଳା ଷ୍ଟାଚ୍ୟୁକୁ ଢାଙ୍କି ଦିଆଯାଇଛି।

6

କହି ରଖୁଛୁ, ମୋସୁଲରେ ଅନେକ ଇସାଈ ଧର୍ମର ଲୋକେ କାହିଁ କେଉଁ ସମୟରୁ ରହି ଆସୁଛନ୍ତି। କିନ୍ତୁ ଆଇଏସଆଇଏସର ଆତଙ୍କବାଦୀମାନେ ସେହି ଲୋକମାନଙ୍କ ଉପରେ ନିଜର ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। ସେମାନଙ୍କ କହିବା ହେଲା, ସବୁ ଇସାଈ, ମୁସଲମାନ ହୁଅନ୍ତୁ, ନଚେତ ଟ୍ୟାକ୍ସ ଦିଅନ୍ତୁ। ଯଦି ଏ ସବୁ ନୁହେଁ, ତା’ହେଲେ କେବଳ ମୃତ୍ୟୁ ହିଁ ସେମାନଙ୍କ ପାଇଁ ଏକମାତ୍ର ଦଣ୍ଡ। ଏଭଳି ସ୍ଥିତିରେ ଲୋକେ ପଡ଼ୋଶୀ ଅଞ୍ଚଳ କୁର୍ଦିସ୍ଥାନକୁ ପଳାଇଯିବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.