ଏ ହେଉଛି ଭାରତର ସବୁଠାରୁ ଧିମା ଚାଲୁଥିବା ଟ୍ରେନ, ସ୍ପୀଡ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !

ଭାରତୀୟ ରେଲୱେ ବିଶ୍ୱର ଚତୁର୍ଥ ସବୁଠାରୁ ବଡ଼ ରେଳ ନେଟୱାର୍କ। ଭାରତରେ ପାଖାପାଖି 2.5 କୋଟି ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରିଥାନ୍ତି। ଏହି ସଂଖ୍ୟା ୟୁରୋପର କେତେକ ଦେଶର ମୂଳ ଜନସଂଖ୍ୟାଠାରୁ ଅଧିକ। କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ଏମିତି ଏକ ଟ୍ରେନ ବିଷୟରେ କହିବୁ, ଯାହାର ସ୍ପୀଡ ଏତେ କମ ଯେ ଆପଣ ଚାହିଁଲେ ବାହାରେ ବସି ଚା’ ପିଇ ପୁଣିଥରେ ଟ୍ରେନରେ ଚଢ଼ିପାରିବେ।

22

ଏହା ହେଉଛି ମେଟୁପାଲୟମ ଉଟି ନୀଳଗିରି ଯାତ୍ରୀ ଟ୍ରେନ, ଯାହାକି ଭାରତର ସବୁଠାରୁ ଧିମା ଟ୍ରେନ ଭାବେ ଜଣାଶୁଣା। ଏହା ଘଣ୍ଟା ପ୍ରତି ପାଖାପାଖି 16 କିମି ବେଗରେ ଗତି କରିଥାଏ। କେଉଁଠି କେଉଁଠି ଏହାର ସ୍ପୀଡ 10 କିମି ପ୍ରତି ଘଣ୍ଟା ହୋଇଯାଇଥାଏ। ଆପଣ ଏହି ଟ୍ରେନରେ କୁଦାକୁଦି କରିପାରିବେ, ଟ୍ରେନ ଭିତରେ ଖେଳି ପାରିବେ ଏବଂ ଏହା ଉପରେ ଚଢ଼ି ମଧ୍ୟ ପାରିବେ।

11

କହି ରଖୁଛୁ, ନୀଳଗିରି ପାହାଡ଼ ଉପରେ ଅବସ୍ଥିତ ଉଟି ଏକ ସୁନ୍ଦର ଏବଂ ମନୋରମ ପର୍ଯ୍ୟଟନସ୍ଥଳୀ। ଏହା ଭାରତର ଲୋକପ୍ରିୟ ହନିମୁନ ଡେଷ୍ଟିନେସନ ମଧ୍ୟ। ଆପଣ ଏଠାରେ ଏକ ରୋମାଣ୍ଟିକ ହନିମୁନର ମଜା ନେଇପାରିବେ। ଏହାସହ ଏହି ଅନୁଭବକୁ ଆହୁରି ଖାସ ଏବଂ ସ୍ମୃତିଭରା କରିପାରିବେ। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ଛୁଟି କଟେଇବାକୁ ଆସିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.