Below header

୫ ବର୍ଷର ଶିଶୁ ଦିଲ୍ଲୀରୁ ଏକା ଆସିଲେ ବାଙ୍ଗାଲୋର, ମା’ ଆସିଲେ ନେବାକୁ ଏୟାରପୋର୍ଟ

ନୂଆଦିଲ୍ଲୀ : ଘରୋଇ ବିମାନର ଉଡାଣ ଆରମ୍ଭ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକେ ଏବେ ନିଜର ଗନ୍ତବ୍ୟ ସ୍ଥଳକୁ ଫେରୁଛନ୍ତି । ଏହି ଅବସରରେ ଜଣେ ୫ ବର୍ଷର ଶିଶୁ ଏକା ବିମାନରେ ଯାତ୍ରା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ବିହାନ ନାମରେ ଏହି ୫ ବର୍ଷର ଶିଶୁ ଲକ୍‌ଡାଉନ୍‌ ଯୋଗୁ ୩ ମାସ ହେବ ମା’ ଠାରୁ ଦୂରରେ ଦିଲ୍ଲୀରେ ରହିଥିଲେ । ଆଜି ଏହି ଶିଶୁ ଏକା ଦିଲ୍ଲୀରୁ ବାଙ୍ଗାଲୋରକୁ ବିମାନରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ।

son 5-0

ବାଙ୍ଗାଲୋରରେ ପହଞ୍ଚିବା ପରେ ସେଠାରେ ଅପେକ୍ଷା କରିଥିବା ତାଙ୍କର ମା’ ବିହାନକୁ ଘରକୁ ନେଇଥିଲ । ମା’ ପୁଅକୁ ୩ ମାସ ପରେ ଦେଖି ଭାବୁକ ହୋଇଯାଇଥିଲେ ମଧ୍ୟ କରୋନା ଗାଇଡ଼୍‍ ଲାଇନକୁ ଦୃଷ୍ଟିରେ ରଖି ପୁଅକୁ ଗେଲ୍ହା କରି ପାରି ନଥିଲେ ।

ବିହାନଙ୍କୁ ବିମାନ‌ର ଷ୍ଟାଫ୍‌ମାନେ ସୁରକ୍ଷିତ ଅବସ୍ଥାରେ ବାଙ୍ଗାଲୋରରେ ପହଞ୍ଚାଇ ଥିଲେ । ବିହାନ ନିଜର ଦାଦା ଦାଦୀଙ୍କୁ ଦେଖିବା ପାଇଁ ଦିଲ୍ଲୀ ଯାଇଥିବା ବେଳେ ଲକ୍‌ଡାଉନ୍‌ କାରଣରୁ ସେଠାରେ ୩ ମାସ ହେବ ରହି ଯାଇଥିଲେ ବୋଲି ବିହାନଙ୍କ ମା’ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.