ଈଶ୍ୱରଙ୍କ ଆର୍ଶୀବାଦ ପାଇଁ ଏହି ଧର୍ମାବଲମ୍ବୀ ଜୀବନସାରା କାଟନ୍ତିନି ନିଶ

ପ୍ରତ୍ୟେକ ଧର୍ମରେ କେତେକ ସ୍ୱତନ୍ତ୍ରତା ରହିଛି। ଦୁନିଆରେ ଏକ ଏଭଳି ଧର୍ମ ମଧ୍ୟ ରହିଛି ଯେଉଁଥିରେ ନିଶ ରଖିବାକୁ କୁହାଯାଇଛି। ଉକ୍ତ ଧର୍ମରେ ଜୀବନ ସାରା ନିଶ ନ କାଟିବା ନିୟମ ରହିଛି। ଏହି ଧର୍ମର ନାଁ ହେଉଛି ୟାରସାନ। ଆସନ୍ତୁ ଜାଣିବା ଉକ୍ତ ଧର୍ମ ସମ୍ପର୍କରେ କେତେକ ଅଜଣା କଥା…

In pictures: Inside Iran's secretive Yarsan faith - BBC News

ଇରାନ୍‌ର ପ୍ରାଚୀନ ଧର୍ମ ମଧ୍ୟରେ ୟାରସାନ୍‌ ଅନ୍ୟତମ। ଏହି ଧର୍ମର ମାନ୍ୟତା, ପରମ୍ପରା, ଭକ୍ତି ଦର୍ଶାଇବାର ଉପାୟ ଓ ପୂଜାସ୍ଥଳ ଅନ୍ୟ ଧର୍ମ ତୁଳନାରେ ଭିନ୍ନ। ଏହି ଧର୍ମ ସଂସ୍ଥାପକଙ୍କ ନାମ ସୁଲତାନ୍‌ ସହାକ। ୧୪ଶ ଖ୍ରୀଷ୍ଟାବ୍ଦରେ ସେ ୟାରସାନ୍‌ ଧର୍ମ ସ୍ଥାପନ କରିଥିଲେ। ୟାରସାନ୍‌ ସମ୍ପ୍ରଦାୟର ଲୋକ ସୁଲତାନ୍‌ଙ୍କୁ ଖୁଦାଙ୍କ ସାତୋଟି ଚିହ୍ନ ମଧ୍ୟରୁ ଗୋଟିଏ ବୋଲି ମାନିଥାନ୍ତି। ଏହି ଧର୍ମାବଲମ୍ବୀ ହିନ୍ଦୁ ଧର୍ମ ଭଳି ପୁନର୍ଜନ୍ମରେ ବିଶ୍ୱାସ କରନ୍ତି। ଆତ୍ମା ହଜାରେ ଜନ୍ମ ପରେ ପବିତ୍ରତା ଲାଭ କରି ଈଶ୍ୱରଙ୍କ ସହ ମିଶେ ବୋଲି ସେମାନଙ୍କ ବିଶ୍ୱାସ ରହିଛି।

yarsan

ସୂର୍ଯ୍ୟ ଓ ଅଗ୍ନିଙ୍କୁ ଏମାନେ ପବିତ୍ର ବିବେଚନା କରିଥାନ୍ତି। ଏହି ଧର୍ମର ଲୋକମାନେ ଗୁପ୍ତରେ ଭଗବାନଙ୍କ ଉତ୍ସବ ପାଳନ କରିଥାନ୍ତି। ଏମାନେ ଏକ ଖାସ୍‌ ବାଦ୍ୟ ଯନ୍ତ୍ର ବ୍ୟବହାର କରନ୍ତି। ତାହାକୁ ତମ୍ବୁର ବୋଲି କୁହାଯାଏ। ଈଶ୍ୱରଙ୍କୁ ଭକ୍ତି ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ୟାରସାନ୍‌ ଧର୍ମାବଲମ୍ବୀ ଅକ୍ଟୋବର ଓ ନଭେମ୍ବର ମାସରେ ତିନି ଦିନ ଉପବାସ ରଖିଥାନ୍ତି। ଏହି ସମୟରେ ସେମାନେ ସୂର୍ଯ୍ୟାସ୍ତ ପରେ ଏକାଠି ବ୍ରତ ଭାଙ୍ଗିଥାନ୍ତି। ସେମାନେ ଏକ ସ୍ୱତନ୍ତ୍ର ପ୍ରକାରର ରୁଟି ଖାଇ ଉପବାସ ଭାଙ୍ଗିଥାନ୍ତି। ଫଳ ମଧ୍ୟରେ ସେମାନେ ଡାଳିମ୍ବକୁ ସବୁଠୁ ଶୁଭ ବୋଲି ମାନିଥାନ୍ତି। ସେମାନଙ୍କ ପ୍ରାର୍ଥନାସ୍ଥଳକୁ ଜାମ୍‌ ଖାନା ବୋଲି କୁହାଯାଏ। ଏହି ସ୍ଥାନରେ ସମସ୍ତେ ଏକତ୍ରିତ ହୋଇ ମୁଣ୍ଡରେ ଏକ ଭିନ୍ନ ଧରଣର ଟୋପି ପିନ୍ଧି ଭଗବାନଙ୍କ ଉପାସନା କରିଥାନ୍ତି।

Mustaches Self Adhesive, Novelty, Fake Walrus, Brown Color: Amazon ...

ୟାରସାନ୍‌ ଧର୍ମାବଲମ୍ବୀ ନିଶ କାଟିନଥାନ୍ତି। ଏହି ଧର୍ମରେ ନିଶକୁ ପବିତ୍ରତାର ପ୍ରତୀକ ବୋଲି କୁହାଯାଏ। ଏବେ ସାରା ବିଶ୍ୱରେ ୟାରସାନ ଧର୍ମାବଲମ୍ବୀଙ୍କ ସଂଖ୍ୟା ମାତ୍ର ୧୦ ଲକ୍ଷ। ପଶ୍ଚିମ ଇରାନ୍‌ରେ ବହୁଳ ଭାବେ ୟାରସାନ୍‌ ସମ୍ପ୍ରଦାୟର ଲୋକ ବାସ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.