Below header

କାଲିଠୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ୍‌, ୭ଟି ରୁଟ୍‌ରେ ନନ୍‌ ଏସି ବସ୍‌ ଚଳାଚଳ

କେନ୍ଯୁଜ୍: କାଲିଠୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ୍‌ । ୭ଟି ରୁଟ୍‌ରେ ନନ୍‌ ଏସି ବସ୍‌ ଚଳାଚଳ କରିବ । ଏନେଇ CRUT ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇଟି ସହରରେ ମୋ ବସ୍‌ ଚାଲିବ । ଏରାୟପୋର୍ଟରୁ କଟକ ସିଡିଏ, ନନ୍ଦନବିହାରରୁ ଲିଙ୍ଗିପୁର, ମାଷ୍ଟର କ୍ୟାଣ୍ଟିନରୁ ସିଡିଏ, ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା, ମାଷ୍ଟର କ୍ୟାଣ୍ଟିନ୍‌ରୁ ସମ୍‌ ହସ୍ପିଟାଲ୍‌, ଡୁମଡୁୁମାରୁ ମଞ୍ଚେଶ୍ୱର ଓ ମାଷ୍ଟର କ୍ୟାଣ୍ଟିନରୁ ଏମ୍‌ସ ପର୍ଯ୍ୟନ୍ତ ଚାଲିବ ମୋ ବସ୍‌ ।

Two more 'Mo Bus' routes between Bhubaneswar-Cuttack from tomorrow ...

ଏଥିପାଇଁ ଜାରି ହୋଇଛି ଗାଇଡଲାଇନ୍‌ । ସିଟ୍‌ କ୍ଷମତା ଅନୁସାରେ ଯାତ୍ରୀ ଯିବେ । ଠିଆ ହୋଇ କେହି ଯାଇ ପାରିବେ ନାହିଁ । ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନହେଲେ ବସରେ କାହାରିକୁ ଉଠିବାକୁ ଦିଆଯିବ ନାହିଁ । ଟିକେଟର ସଠିକ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡ଼ିବ । ଆଗାମୀ ଦିନରେ ଅଧିକ ରୁଟରେ ମୋ ବସ୍‌ ଚଳାଚଳ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.