ଧ୍ରୁତରାଷ୍ଟ୍ର ଯଦି ଏହି ବିଦ୍ୱାନ୍‌ଙ୍କ କଥା ମାନିଥା’ନ୍ତେ, ତେବେ ହୋଇନଥା’ନ୍ତା ମହାଭାରତ

ଇତିହାସର ସବୁଠୁ ବଡ଼ ଯୁଦ୍ଧ ହେଉଛି ମହାଭାରତ। ଭଗବାନ୍‌ ବିଷ୍ଣୁ ଶ୍ରୀକଷ୍ଣ ରୂପଧାରଣ କରି ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ଯେବେଯେବେ ଅଧର୍ମ ବୃଦ୍ଧି ପାଏ ଧର୍ମ ସଂସ୍ଥାପନ ପାଇଁ ଭଗବାନ ଏଭଳି ଅବତାର ଗ୍ରହଣ କରିଥାନ୍ତି ବୋଲି ମହାଭାରତରେ ବର୍ଣ୍ଣିତ ଅଛି। କିନ୍ତୁ ଯଦି ଧ୍ରୁତରାଷ୍ଟ୍ର ଚାହିଁଥାନ୍ତେ ତେବେ ଏହି ଯୁଦ୍ଧ ପରିସ୍ଥିତି ଉପୁଜିନଥାନ୍ତା। ଯୁଦ୍ଧ ନ ହେବା ପାଇଁ ରାଜ ଦରବାରର ବିଦ୍ୱାନ୍‌ ବିଦୁର ବୁଝାଇଥିଲେ ମଧ୍ୟ ଧ୍ରୁତରାଷ୍ଟ୍ର କର୍ଣ୍ଣପାତ କରିନଥିଲେ। ଏଣୁ ମହାଭାରତ ଯୁଦ୍ଧ ହୋଇଥିଲା।

mabharat

ବିଶିଷ୍ଟ ବିଦ୍ୱାନଙ୍କ ମଧ୍ୟରେ ବିଦୁର ଅନ୍ୟତମ। ତାଙ୍କ ବିଦୁର ନୀତି ଆଜି ବି ବିଶ୍ୱବିଖ୍ୟାତ। ବ୍ୟକ୍ତିଙ୍କୁ ଉତ୍ତମ କର୍ମ କରିବା ପାଇଁ ବିଦୁର ନୀତି ପ୍ରେରିତ କରିଥାଏ। ଏଥିରେ ଭଲ ମନ୍ଦ ମଧ୍ୟରେ ପାର୍ଥକ୍ୟ ଦର୍ଶାଯାଇଛି। ବିଦୁର ହିଁ ପ୍ରଥମ ବ୍ୟକ୍ତି ଯିଏ ମହାରାଜ ଧ୍ରୁତରାଷ୍ଟ୍ରଙ୍କୁ ମହାଭାରତ ଯୁଦ୍ଧ ହେଲେ କୌରବଙ୍କ ବିନାଶ ହେବ ବୋଲି କହିଥିଲେ। ସେ ବିଦ୍ୱାନ ଥିବାରୁ ଭଲ ମନ୍ଦ ମଧ୍ୟରେ ଫରକ ଭଲ ଭାବେ ବୁଝିଥିଲେ। ଏଣୁ ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ।

ମହାଭାରତ ଯୁଦ୍ଧର ପରିଣାମ ସମ୍ପର୍କରେ ବିଦୁର ସର୍ବପ୍ରଥମେ ଧ୍ରୁତରାଷ୍ଟ୍ରଙ୍କୁ ସଚେତନ କରାଇଥିଲେ। ଏହି ଯୁଦ୍ଧ ରୋକିବାକୁ ସେ ବହୁ ପ୍ରୟାସ କରିଥିଲେ। କିନ୍ତୁ ପୁତ୍ର ମୋହରେ ଫସିଥିବା ଧ୍ରୁତରାଷ୍ଟ୍ର ଭବିଷ୍ୟତର ବିନାଶକୁ ଦେଖିପାରିନଥିଲେ। କୁହାଯାଏ ଯେ ଯଦି ଧ୍ରୁତରାଷ୍ଟ୍ର ବିଦୁରଙ୍କ କଥା ମାନିଥାନ୍ତେ ତେବେ ମହାଭାରତ ଯୁଦ୍ଧକୁ ବନ୍ଦ କରାଯାଇପାରିଥାନ୍ତା। କିନ୍ତୁ ଏଭଳି ହେଲା ନାହିଁ। ଶେଷରେ ମହାଭାରତ ଯୁଦ୍ଧ ହେଲା ଓ କୌରବଙ୍କ ବିନାଶ ହେଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.