Below header

କଳାହାଣ୍ଡି କୋଭିଡ୍‌ ହସ୍ପିଟାଲରେ ପ୍ରାଣ ହରାଇଲେ ୩୫ ବର୍ଷିୟ ଯୁବକ

କଳାହାଣ୍ଡି (କେନ୍ୟୁଜ ବ୍ୟୁରୋ): କଳାହାଣ୍ଡି କୋଭିଡ୍‌ ହସ୍ପିଟାଲରେ ଯୁବକଙ୍କ ମୃତ୍ୟୁ। କଳାହାଣ୍ଡିର କୋଭିଡ ହସପିଟାଲରେ ଜଣେ ୩୫ ବର୍ଷିୟ ଯୁବକଙ୍କ ମୃତ୍ୟୁ ଘଟିଛି। କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ଯୁବକ ଜଣକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କଳାହାଣ୍ଡି କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଯୁବକ ଜଣକ ଗତ ୨୧ତାରିଖରେ ତାମିଲନାଡୁରୁ ଫେରିଥିଲେ। ଯୁବକଙ୍କ ମୃତ୍ୟୁ ନେଇ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି। କୋଭିଡ ଗାଇଡଲାଇନ ଅନୁସାରେ ତାଙ୍କର ଶେଷକୃତ୍ୟ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.