Below header

ତାଳଚେର ପୋଲିସକୁ ବଡ଼ ସଫଳତା , ୩ ଲକ୍ଷ ୫୨ ହଜାର ୬୦୦ ନକଲି ଟଙ୍କା ଓ ବନ୍ଧୁକ ଜବତ

ତାଳଚେର(କେନ୍ୟୁଜ୍) : ତାଳଚେର ପୋଲିସକୁ ବଡ଼ ସଫଳତା । ନିର୍ବାଚନ ସମୟରେ ଟଙ୍କା କାରବାର ଚାଲିଥିବା ବେଳେ ବିପୁଳ ପରିମାଣର ନକଲି ଟଙ୍କା ଜବତ ହୋଇଛି । ୩ ଲକ୍ଷ ୫୨ ହଜାର ୬୦୦ ଟଙ୍କା ସହ ନକଲି ବନ୍ଧୁକ ଜବତ କରିଛି ପୋଲିସ । ଗତ ୯ ତାରିଖରେ ପୋଲିସ ଚେକିଂ ବେଳେ ସନ୍ତପଡ଼ା ଛକରେ ସନ୍ଦେହଜନକ ଭାବେ କାରକୁ ଅଟକ ରଖି ତଦାରଖ ସମୟରେ ଟଙ୍କା ଓ ବନ୍ଧୁକ ମିଳିଥିଲା ।

talcher ପୋଲିସ ତଦନ୍ତ ପରେ ଜଣାପଡ଼ିଥିଲା ଜବତ ଟଙ୍କା ନକଲି ବୋଲି । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଖୁବଶୀଘ୍ର ଜାଲ୍‌ ନେଟ୍‌ କାରବାର କରୁଥିବା ର‍୍ୟାକେଟ୍‌କୁ ଧରାଯିବ ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.