ଆଜି ପବିତ୍ର ଅଶୋକାଷ୍ଟମୀ , ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ବର(କେନ୍ୟୁଜ୍) : ଆଜି ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ନୀତିନିର୍ଘଣ୍ଟ ଅନୁଯାୟୀ, ଦିନ ୧୨ଟା ୩୦ରୁ ଗୋଟାଏ ୪୫ ମିନିଟ ମଧ୍ୟରେ ଶ୍ରୀଜିଉଙ୍କୁ ପହଣ୍ଡି ସହ ରଥାଋଢ଼ କରାଯିବ । ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ । ରଥରେ ଅଧିଷ୍ଠିତ ହୋଇ ପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିରକୁ ବିଜେ କରିବେ । ରୁକୁଣା ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଆଖିରେ ରଖି ଲିଙ୍ଗରାଜ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ଆଇନଶୃଙ୍ଖଳା ସାଙ୍ଗକୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ ।
ନୀତିନିର୍ଘଣ୍ଟ ସୂଚୀ :