Below header

ପରିବାର ଲୋକ କଲେ ଅପହରଣ ଅଭିଯୋଗ, ଯାହାକୁ ଖଣ୍ଡନ କଲେ ନାବାଳିକା

କଟକ(କେନ୍ୟୁଜ୍): ପରିବାର ଲୋକ କଲେ ଅପହରଣ ଅଭିଯୋଗ। କିନ୍ତୁ ନାବାଳିକା ଥାନାରେ ପହଞ୍ଚି ଅଭିଯୋଗକୁ କଲା ଖଣ୍ଡନ। ଏଭଳି ଘଟଣା ଦେଖିବାକୁ ମିଳିିଛି କଟକ ଜିଲ୍ଲା ବୈଦେଶ୍ୱର ଥାନା ଖଜୁରିପଦା ଗାଁରେ। ଗତ ୧୩ ତାରିଖରେ ଗାଁର ଜଣେ ନାବାଳିକା କଳାପଥରରୁ ଏକାକୀ ଫେରୁଥିବା ବେଳେ ତାଙ୍କୁ ତିନିଜଣ ଦୁର୍ବୃତ୍ତ ଉଠାଇ ନେଇ ଯାଇଥିବା ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମା। ଅଭିଯୋଗ କ୍ରମେ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। କିନ୍ତୁ ନାବାଳିକା ଜଣକ ଏ ଖବର ପାଇବା ପରେ ଥାନାରେ ପହଞ୍ଚି ସାଙ୍ଗ ଘରକୁ ଚାଲି ଯାଇଥିବା କହିଥିଲେ। ନାବାଳିକାଙ୍କ ବୟାନ ପରେ ତାଙ୍କ ବାପାମା ପୋଲିସକୁ ସହଯୋଗ କରୁନଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.