Below header

ମୁମ୍ବାଇ ଡୋଙ୍ଗରିରେ କୋଠା ଭୁଶୁଡ଼ିବା ଘଟଣା, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇ(କେନ୍ୟୁଜ୍): ମୁମ୍ବାଇ ଡୋଙ୍ଗରିରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି। ସେମାନଙ୍କ ମଧ୍ୟରେ ଜଣେ ୧୮ମାସର ଶିଶୁ ଓ ୪ଜଣ ମହିଳା ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଭଗ୍ନାଂବଶେଷ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା ରହିଛି। ୨୧ଜଣଙ୍କୁ ସୁରକ୍ଷିତ ଭାବେ ଭଦ୍ଧାର କରାଯାଇଛି। ଗତକାଲି ସକାଳ ପ୍ରାୟ ସାଢେ ୧୧ଟାରେ ଡୋଙ୍ଗରି ଅଞ୍ଚଳରେ ଏକ ଚାରି ମହଲା ଘରର ଅର୍ଦ୍ଧାଧିକ ଅଂଶ ଭୁଶୁଡ଼ି ପଡ଼ିଥିଲା। ଭଗ୍ନାଂବଶେଷ ତଳେ ୪୦ରୁ ୫୦ଜଣ ଲୋକ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ଅଗ୍ନିଶମବାହୀନି, ଏନଡିଆରଏଫ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପୋଲିସ ଓ ବିଏମସିର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

mumbaiସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସ୍ପଷ୍ଟ କରିଛନ୍ତି। ଏହି ଶହେ ବର୍ଷର ପୁରୁଣା ବିଲ୍ଡିଂର ପୁନନିର୍ମାଣ ପାଇଁ ୨୦୧୭ରେ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି ପୁନନିର୍ମାଣ କାମ ଆରମ୍ଭ ହୋଇନଥିଲା। ଗତ କିଛି ଦିନ ଧରି ମୁମ୍ବାଇରେ ହୋଇଥିବା ଲଗାଣ ବର୍ଷାରେ ପରେ ଅନେକ ପୁରୁଣା କୋଠା ପ୍ରତି ବିପଦ ସୃଷ୍ଟି ହୋଇଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.