ବାପାଙ୍କୁ କ୍ୟାନ୍ସର, ମା’ ଦେଉଛନ୍ତି ମାନସିକ ନିର୍ଯାତନା . . . ପାରିବାରିକ କଳହରେ ଅତିଷ୍ଠ ହୋଇ ଇଚ୍ଛାମୃତ୍ୟୁ ମାଗିଲେ ନବମ ଶ୍ରେଣୀ ଛାତ୍ର

ପାରିବାରିକ କଳହରେ ଅତିଷ୍ଠ ହୋଇ ଇଚ୍ଛା ମୃତ୍ୟୁ ମାଗିଲେ ୯ମ ଶ୍ରେଣୀ ଛାତ୍ର । ଏନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ଛାତ୍ର ଜଣକ । ଯାହା ପରେ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ । ଘଟଣାଟି ହେଉଛି ବିହାରର ଭାଗଲପୁର ଅଂଚଳର ।

ସୂଚନା ଅନୁସାରେ ସ୍ଥାନୀୟ ମହିଷାମୁଣ୍ଡାର ଗାଁର ମନୋଜ କୁମାର କ୍ୟାନ୍ସରରେ ପୀଡିତ । ମନୋଜଙ୍କ ପତ୍ନୀ ସୁଜାତା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କରେ କାମ କରନ୍ତି । ତେବେ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ବିବାଦ ଲାଗିରହିଛି । ଯାହା ଫଳରେ ଉଭୟ ଅଲଗା ଅଲଗା ରହୁଛନ୍ତି । ତେବେ ସୁଜାତା ଅନେକ ସମୟରେ ଘରକୁ ଆସି ମନୋଜଙ୍କୁ ମାନସିକ ନିର୍ଯାତନା ଦିଅନ୍ତି । ବିଭିନ୍ନ ପ୍ରକାର ଧମକ ମଧ୍ୟ ଦିଅନ୍ତି । ଯେଉଁଥିରେ ଅତିଷ୍ଠ ହୋଇପଡିଛନ୍ତି ମନୋଜଙ୍କ ୧୫ବର୍ଷର ପୁଅ କୁଷ କୁମାର । କୁଷ ସ୍ଥାନୀୟ ସ୍କୁଲରେ ୯ମ ଶ୍ରେଣୀରେ ପଢନ୍ତି ।

ମା’ଙ୍କ ଏପରି ବ୍ୟବହାରରେ ଭାଙ୍ଗି ପଡିଛନ୍ତି କୁଷ । ଆଉ ଇଚ୍ଛା ମୃତ୍ୟୁ ପାଇଁ ପ୍ରାୟ ଦୁଇ ମାସ ତଳେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ କୁଷ । ଏହାର ଗୋଟିଏ ଗୋଟିଏ କପି ସେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲା ଅଧିକାରୀଙ୍କୁ ପଠାଇଥିଲେ । ଏବେ ଏହି ଚିଠି ପାଇବା ପରେ ଯାଂଚ କରିବା କରିବା ସହ ଉଚିତ୍ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.