Below header

ବାଲେଶ୍ୱର: ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଟ୍ରଲି ବାଲା, ପ୍ରଶାସନ ଠାରୁ ଆରମ୍ଭ କରି ସର୍ବସାଧାରଣ ସମସ୍ତଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବାଲେଶ୍ୱର(କେନ୍ୟୁଜ୍): ସବୁଦିନ ରାତିରେ କିମ୍ବା ଦିନରେ ଘରକୁ ଫେରୁଥିବା ବେଳେ ଅନେକ ଖାଲ ଢିପ ରାସ୍ତା ଦେଇ ସମସ୍ତେ ଅତିକ୍ରମ ଦେଇ ଆସନ୍ତି । ହେଲେ ଏଭଳି ରାସ୍ତା ର ଅବ୍ୟବସ୍ଥା ପାଇଁ କିଛି ସରକାରଙ୍କୁ ଦୋଷ ଦିଅନ୍ତି ଆଉ କିଛି ସ୍ଥାନୀୟ ପ୍ରଶାସନକୁ । ତେବେ ଏଥିରେ କିଛି ବ୍ୟତିକ୍ରମ ବାଲେଶ୍ୱର ରେ ଦେଖିବାକୁ ମିଳିଥିଲା ।ଯେଉଁ ମାନେ ଅଳ୍ପ ପାରିଶ୍ରମିକରେ ଦୁନିଆର ଏତେ ବଡ଼ ବଡ଼ ବୋଝ ଉଠାନ୍ତି ସେମାନଙ୍କର ସର୍ବସାଧାରଣ ପାଇଁ ଏକ ଉଦାହରଣ ପାଲଟିଛି ।

ଆମେ କହୁଛୁ ସେଇ ଟ୍ରଲି ବାଲା ମାନଙ୍କୁ ଯେଉଁମାନେ କି ଖରା,ବର୍ଷା,ଶୀତ ଓ କାକରରେ ବି କେବେବି ଦୁନିଆର ବୋଝ ଆଗରେ ନିଜ କାର୍ଯ୍ୟରେ ଅବହେଳା କରିନାହାନ୍ତି । ହେଲେ ହଠାତ ଗତକାଲି ରାତିରେ କିଛି ଟ୍ରଲି ଚାଳକ ବାଲେଶ୍ୱର ସହରର ନୂଆଁ ବଜାର ରାସ୍ତାର ମରାମତି କରୁଥିବାର ଦେଖିବାକୁ ମିଳିଥିଲା । ମରାମତି କାର୍ଯ୍ୟ ଯାହାକି ସେମାନଙ୍କର ନିଜ ଖର୍ଚ୍ଚର ଥିଲା ।

rikshaପଚାରିବାରୁ ଜଣା ପଡିଲା ଯେ ରାସ୍ତା ଖରାପ ଯୋଗୁଁ ଦୈନିକ ନୂଆ ବଜ଼ାର ପରିବା ମାର୍କେଟ ରୁ ପରିବା ବୋହୁ ଥିବା ଠେଲା ଚାଳକ ମାନଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବହୁତ ଦିନ ପୂର୍ବରୁ ପାଣି ପାଇପ ବିଛେଇବା ପାଇଁ ଖୋଳା ଯାଇଥିବା ରାସ୍ତା ର ଠିକ ଭାବେ ମରାମତି ନ ହବା ଯୋଗୁଁ ଅନେକ ଥର ପରିବା ବୋହୁ ଥିବା ଏହି ଠେଲା ଗୁଡାକ ଓଲଟି ପଡୁଛି। ଫଳରେ ରାସ୍ତା ଜାମ ସହିତ ତାଙ୍କୁ ଆର୍ଥିକ କ୍ଷତି ବି ଉଠେଇବାକୁ ପଡୁଛି। 

ଏହା ସହିତ ଦୈନିକ ଲୋକଙ୍କଠାରୁ ଗାଳି ବି ଶୁଣିବାକୁ ପଡିଥାଏ ସେମାନଙ୍କୁ । ସରକାର ଏବଂ ପ୍ରଶାସନ ଠାରୁ ଏହି ସମସ୍ୟା ର ସମାଧାନ ନପାଇ କେତେକ ରିକ୍ସା ଚାଳକ ଚାନ୍ଦା ଏକାଠି କରି ନିଜେ ରାସ୍ତା ର ମରାମତି ପାଇଁ ଅଣ୍ଟା ଭିଡିଛନ୍ତି। ସତରେ ଏହି ଦୃଶ୍ୟ ପୁରା ଜିଲ୍ଲା ପାଇଁ ଏକ ଉଦାହରଣ ସୃଷ୍ଟି କରିବା ସମେତ ସରକାର ଏବଂ ପ୍ରଶାସନ ଦ୍ୱାରା ଅମୃତ ସହର ଯୋଜନା ନାଁ ରେ ରାସ୍ତା ମରାମତି ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.