Below header

୬୦୦ ସେନାଙ୍କ ଗାଁ ଲୁହାନା, ଆଜାଦ ହିନ୍ଦ ଫୌଜରେ ଥିଲେ ୧୪ ବୀର ଯବାନ : ପଢନ୍ତୁ ଏକ ଗୌରବଗାଥା

ବୀରତା ପାଇଁ ପ୍ରସିଦ୍ଧ ହରିୟାଣାର ମାଟି । ଦେଶ ସେବାରେ ଏହି ପ୍ରଦେଶର ଯୋଗଦାନ ଅତୁଳନୀୟ । ତେବେ ଆଜି ଆମେ କହିବୁ ହରିୟାଣାର ଏମିତି ଏକ ଗାଁ ବିଷୟରେ ଯେଉଁଠି ସମସ୍ତଙ୍କ ହୃଦୟରେ ଭରି ରହିଛି ଦେଶପ୍ରେମ । ଦେଶମାତୃକାର ସେବା ପାଇଁ ବଳି ଦେଇଛନ୍ତି ନିଜ ଜୀବନ । ଗାଁ ଟି ହେଉଛି ଆରାବଳୀ ପର୍ବତମାଳା ମଧ୍ୟରେ ଥିବା ଐତିହାସିକ ଲୁହାନା ଗାଁ ।

ଗୋଲାମୀରୁ ହିନ୍ଦୁସ୍ତାନକୁ ସ୍ବାଧୀନ କରିବା ହେଉ ଅବା ସୀମାରେ ରହି ଦେଶକୁ ରକ୍ଷା କରିବା ହେଉ । ଏଠାକାର ଯୁବପିଢି ସର୍ବଦା ଦେଇଥାନ୍ତି ବଳିଦାନ । ସ୍ବାଧୀନତା ସଂଗ୍ରାମରେ ଏହି ଗାଁରୁ ୧୪ ଜଣ ନେଇଥିଲେ ଭାଗ । ପ୍ରାୟ ୬୦୦ ଲୋକ ସେନାରେ ଭର୍ତ୍ତି ହୋଇଥିଲେ। ଏବେ ଏହି ଗାଁର ଅଧିକାଂଶ ଲୋକ ଦେଶସେବା ଲାଗିଛନ୍ତି ।

ଏହା ସହ ପଢନ୍ତୁ ବାଲେଶ୍ୱର: ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଟ୍ରଲି ବାଲା, ପ୍ରଶାସନ ଠାରୁ ଆରମ୍ଭ କରି ସର୍ବସାଧାରଣ ସମସ୍ତଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ବାରା କରାଯାଇଥିବା ଆଜାଦ ହିନ୍ଦ ଫୌଜରେ ୧୪ ଜଣ ଯୁବକ ଭାଗ ନେଇ ସ୍ବାଧୀନତା ପାଇଁ ଲଢିଥିଲେ । ସ୍ବାଧୀନତା ପୂର୍ବରୁ ଆଜାଦ ହିନ୍ଦ ଫୌଜ ନେତୃତ୍ୱରେ ଇଂରେଜ ମାନଙ୍କ ସହ ଯେଉଁ ଯୁଦ୍ଧ ହୋଇଥିଲା ସେଥିରେ ଲୁହାନାର ୭ ଯବାନ ସହିଦ୍ ହୋଇଥିଲେ । ସେବେଠାରୁ ବୀର ଯବାନଙ୍କ ମାଟି ଭାବରେ ପରିଚିତ ଲୁହାନା ।

ପ୍ରାୟ ୪ହଜାର ଲୋକ ଥିବା ଏହି ଗାଁର ଶାସନ ଭାର ସମ୍ଭାଳିଛନ୍ତି ଜଣେ ମହିଳା ସରପଞ୍ଚ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏଠାରୁ ଲୁହା ପରି ଦେଖାଯାଉଥିବା ପଥର ବାହାରୁ ଥିବାରୁ ଗାଁ ର ଲୁହାନା ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.