କର୍ଣ୍ଣାଟକ ରାଜନୈତିକ ସଙ୍କଟରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ, ବାଚସ୍ପତି ନିୟମ ଅନୁଯାୟୀ ନିଷ୍ପତ୍ତି ନେବା ନେଇ କୋର୍ଟଙ୍କ ମତ

କର୍ଣ୍ଣାଟକ(କେନ୍ୟୁଜ୍): କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ଆବେଦନରେ ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶ। ବାଚସ୍ପଚି ନିୟମ ଅନୁଯାୟୀ ନିଷ୍ପତ୍ତି ନିଅନ୍ତୁ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଧାନ ବିଚାପରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ। ବିଧାୟକଙ୍କ ଇସ୍ତଫା ହେଉ ବା ବିଧାୟକ ପଦ ଅଯୋଗ୍ୟ, ଏହା ନିଷ୍ପତ୍ତି ନେବାର ଅଧିକାର ସଂପୂର୍ଣ୍ଣ ବାଚସ୍ପଚିଙ୍କ ହାତରେ ରହିଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଧାୟକଙ୍କ ଇସ୍ତଫା ଗ୍ରହଣ ପାଇଁ ବାଚସ୍ପତିଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ତେବେ ବିଦ୍ରୋହୀ ବିଧାୟକମାନେ ବିଧାନସଭାର ଗୃହକାର‌୍ୟ୍ୟରେ ଯୋଗଦେବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇପାରିବ ନାହିଁ ବୋଲି କୁହାଯାଇଛି। ବାଚସ୍ପତି ଯାହା ନିଷ୍ପତ୍ତି ନେବେ ତାହା କୋର୍ଟକୁ ଜଣାଇବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

scସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ପରେ ବାଚସ୍ପତି ରମେଶ କୁମାର କହିଛନ୍ତି, ସେ ଯାହା ବି ନିଷ୍ପତ୍ତି ନେବେ ତାହା ସମ୍ବିଧାନ, କୋର୍ଟ ଓ ଲୋକପାଳଙ୍କ ନିୟମ ଅନୁଯାୟୀ ନେବେ। ବାଚସ୍ପତି ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ ନେଇ ୧୦ ବିଧାୟକ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଆଉ ୫ ବିଧାୟକ ମଧ୍ୟ ସୁପ୍ରିମ କୋର୍ଟରେ ବାଚସ୍ପତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମାମଲାର ଶୁଣାଣି କରି ଗତକାଲି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଶୁଣାଣି ବେଳେ ବିଦ୍ରୋହୀ ବିଧାୟକ, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ନିଜର ପକ୍ଷ ରଖିଥିଲେ। ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି ।