Below header

କୋଲକାତା: ହାଓ୍ଵଡ଼ା-ଜଙ୍ଗଲପୁର ଢୁଲାଗଡ଼ ଟୋଲଗେଟରେ ମର୍ମନ୍ତୁଦ ଦୁର୍ଘଟଣା, ୫ ଓଡ଼ିଆ ମୃତ

କୋଲକାତା(କେନ୍ୟୁଜ୍): ମର୍ମନ୍ତୁଦ ଦୁର୍ଘଟଣାରେ କୋଲକାତାରେ ୫ ଓଡ଼ିଆ ମୃତ। ହାଓ୍ଵଡ଼ାର ଶଙ୍କରାଇ ଠାରେ ଘଟିଛି ଏହି ଦୁର୍ଘଟଣା। ଓଡ଼ିଶାର ୮ଜଣ ଯୁବକ ହାୱଡାରୁ ଭୋଜି ଖାଇ ଫେରୁଥିବା ବେଳେ ଏକ ଟ୍ରକ ସହ ଧକ୍କା ହୋଇଥିଲା। ୩ ଗୁରୁତରଙ୍କୁ ଢୁଲାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ହାଓ୍ଵଡ଼ା-ଜଙ୍ଗଲପୁର ଢୁଲାଗଡ଼ ଟୋଲଗେଟରେ ଏହି ଦୁର୍ଘଟଣା ହୋଇଛି। ସମସ୍ତ ମୃତକ ଭଦ୍ରକ ଓ ଯାଜପୁର ଅଞ୍ଚଳର। ମୃତକଙ୍କ ପରିଚୟ ମିଳିପାରିନାହିଁ। ତେବେ ସେମାନେ କଲେଜ ଛାତ୍ର ବୋଲି ଅନୁମାନ କରାଯାଉଛି। ହାୱଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.