Below header

ଉତ୍ତରକାଶୀ ଟନେଲରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଭେଟିବା ପାଇଁ ଯିବେ ସେମାନଙ୍କ ପରିବାର

ଉତ୍ତରକାଶୀ ଟନେଲରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଭେଟିବା ପାଇଁ ଯିବେ ସେମାନଙ୍କ ପରିବାର। ଆସନ୍ତାକାଲି ସକାଳ ୯ଟା ୪୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରୁ ଉତ୍ତରାଖଣ୍ଡ ଯିବେ ୩ ଓଡ଼ିଆ ସମେତ ଦୁଇ ଜଣ ଲେବର ଅଫିସର ।

ଉତ୍ତରକାଶୀ ଟନେଲରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଭେଟିବା ପାଇଁ ଯିବେ ସେମାନଙ୍କ ପରିବାର। ଆସନ୍ତାକାଲି ସକାଳ ୯ଟା ୪୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରୁ ଉତ୍ତରାଖଣ୍ଡ ଯିବେ ୩ ଓଡ଼ିଆ ସମେତ ଦୁଇ ଜଣ ଲେବର ଅଫିସର । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଫସିଥିବା ଶ୍ରମିକଙ୍କ ସ୍ବାସ୍ଥାବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଛି ।

ଓଡ଼ିଶାର ଦୁଇ ଶ୍ରମ ଅଫିସର ସେଠାରେ ଉପସ୍ଥିତ ଅଛନ୍ତି । ସେମାନେ ଉତ୍ତରକାଶୀରେ ଫସିଥିବା ଶ୍ରମିକଙ୍କ ସହ କଥା ହୋଇ ସାନ୍ତ୍ବନାଦେବା ସହ ଖବର ବୁଝୁଛନ୍ତି । ଉତ୍ତରାଖଣ୍ଡର ଆରକ୍ଷୀ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଭେଟି ଏବିଷୟରେ ଅବଗତ କରାଇଛନ୍ତି ।

୫ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ମୟୂରଭଞ୍ଜର ୩ ଜଣ, ନବରଙ୍ଗୁପୁର ଜିଲ୍ଲାର ଜଣେ ଓ ଭଦ୍ରକରୁ ଜଣେ ଜଣ ଶ୍ରମିକ ଅଛନ୍ତି । ସେମାନେ ଉଦ୍ଧାର ହେବା ମାତ୍ରେ କିପରି ଓଡ଼ିଶା ଖୁବ୍ ଶୀଘ୍ର ଅଣାଯିବ ତାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଫସିଥିବା ଶ୍ରମିକଙ୍କ ପାଖକୁ ସମାନଙ୍କ ପରିବାର ଲୋକଙ୍କୁ ପଠାଇବା ଦାୟିତ୍ବ ବହନ କରିଛନ୍ତି ରାଜ୍ୟ ସରକାର । ସେଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ଲୋକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.