ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ମହା ଗୁରୁମାନଙ୍କ ପାଇଁ ସମ୍ମାନ ସମାରୋହ

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ମହା ଗୁରୁମାନଙ୍କ ପାଇଁ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି।

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ମହା ଗୁରୁମାନଙ୍କ ପାଇଁ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ହୋଇଛି। CSIR – IMMTରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାରେ ୧୮ ପ୍ରକାରର ପାରମ୍ପରିକ କାରିଗର ଓ ଶିଳ୍ପକାରଙ୍କୁ ଲାଭ ମିଳିବ ।

ବଢେଇ, ଡଙ୍ଗା ନିର୍ମାତା, ପଥର କାରିଗର, ଜୋତା କାରିଗର, ଝୁଡ଼ି, ମସିଣା, କତା କାରିଗର, ଧୋବା, ମାଛ ଜାଲ ନିର୍ମାତା ଭଳି ୧୮ଟି ବର୍ଗର କାରିଗର ଏହି ଯୋଜନାରେ ସାମିଲ ହୋଇଛନ୍ତି । ଜିଲ୍ଲା ସ୍ତରରେ ସେମାନଙ୍କୁ ଚିହ୍ନଟ କରିବା ପାଇଁ କମିଟି ଗଠନ କରାଯାଇଛି।

ଓଡ଼ିଶାରେ ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ଆକଳନ କରାଯାଇଛି। ଏହାକୁ ନେଇ ୧୩ ହାଜର କୋଟିର ବ୍ୟୟ ଅଟକଳ ରଖାଯାଇଛି। ପାରମ୍ପରିକ କାରିଗର ଏବଂ ଶିଳ୍ପୀକାର ମାନେ ଉପକୃତ ହେବେ। କୌଳିକ ବୃତ୍ତିକୁ ଆଧାର କରି ଜୀବନଯାପନ କରୁଥିବା ଲୋକଙ୍କୁ ସାମିଲ କରାଯିବ।

କାରିଗର ମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଋଣ ମିଳିବ । ଟ୍ରେନିଂ ପାଇବେ ଶିଳ୍ପକାର ଏବଂ କାରିଗର । ଟ୍ରେନିଂ ସମୟରେ ସେମାନଙ୍କୁ ଦୈନିକ ୫୦୦ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ଯୋଗାଇ ଦିଆଯିବ । କାରିଗର ମାନଙ୍କୁ ସେମାନଙ୍କ ବୃତ୍ତି ହିସାବରେ ୧୫ ହାଜର ଟୁଲ କିଟ୍ ମଧ୍ୟ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.