ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ଚକ୍ଷୁଦାନ କଲେ ପରିବାର ଲୋକେ

ସତରେ ଏ ଦୁର୍ଘଟଣା କେତେ ଭୟଙ୍କର ଥିଲା । ଏତେ ବଡ଼ ଭେଣ୍ଡିଆ ପୁଅର ଜୀବନ ନେଇଗଲା । ଦେଇଗଲା ପରିବାର ଆଖିରେ ଲୁହ । ହସ ଖୁସିର ପରିବାରରେ ଖେଳିଯାଇଛି ଦୁଃଖର ଛାୟା । ସବୁକିଛି ଓଲଟ ପାଲଟ ହୋଇଯାଇଛି ।

ସୁନ୍ଦରଗଡ଼ :  ସତରେ ଏ ଦୁର୍ଘଟଣା କେତେ ଭୟଙ୍କର ଥିଲା । ଏତେ ବଡ଼ ଭେଣ୍ଡିଆ ପୁଅର ଜୀବନ ନେଇଗଲା । ଦେଇଗଲା ପରିବାର ଆଖିରେ ଲୁହ । ହସ ଖୁସିର ପରିବାରରେ ଖେଳିଯାଇଛି ଦୁଃଖର ଛାୟା । ସବୁକିଛି ଓଲଟ ପାଲଟ ହୋଇଯାଇଛି ।

ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ରେମୁଣ୍ଡା ଛକ ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ବିଳମ୍ୱିତ ରାତିରେ ଅଜଣା ହାଇୱା ଧକ୍କାରେ ଯୋଗୀମାଲ ଯଶୋଦା ବିଷ୍ଣୁ କଲେଜର କର୍ମଚାରୀ ଯୋଗେଶ୍ୱର ନାଏକଙ୍କୁ ଗୁରୁତର ଅବସ୍ଥାରେ ପେଟ୍ରୋଲିଂ କରୁଥିବା ଭଷ୍ମା ପୋଲିସ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ । ହେଲେ ଡାକ୍ତର ସେଠାରେ ଯୋଗେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଏହି ଘଟଣାକୁ କେନ୍ଦ୍ରକରି ଉକ୍ତ କଲେଜର କର୍ମଚାରୀ ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ଗ୍ରାମବାସୀ ଘଟଣା ସ୍ଥଳରେ ରାସ୍ତା ରୋକ କରିଥିଲେ । ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବା ସହ ଜଣକୁ ଚାକିରି ଦେବା ପାଇଁ ଦାବି କରିଥିଲେ।ପ୍ରଶାସନ ପକ୍ଷରୁ ରେଡକ୍ରସ ପକ୍ଷରୁ ୩୦ ହଜାର ଟଙ୍କା ଦେବା ସହ ଅନ୍ୟ ଆନୁଷଙ୍ଗିକ କ୍ଷତିପୂରଣ ତଦନ୍ତ ରିପୋର୍ଟ ଆସିବା ପରେ ଦିଆଯିବ ବୋଲି କହିଥିଲେ SDPO।

ତେବେ ମୃତକଙ୍କ ପରିବାର ଲୋକେ ଚିନ୍ତା କରି ବିଚାର କଲେ ଯେ ଯୋଗେଶ୍ୱର ତ ଏଦୁନିଆରେ ଆଉ ରହିଲା ନାହିଁ ତେଣୁ ତାର ଆଖିରେ ଅନ୍ୟ କେହି ଅନ୍ଧ ଟିଏ ଏ ଦୁନିଆ ଦେଖୁ । ଦୁନିଆର ସୁଯୋଗ ପାଉ ଆଉ ତା ଆଖି ଆମ ପୁଅ ପାଖରେ ଅଛି ବୋଲି ଆମର ସବୁବେଳେ ମନେ ରହିବ । ଯୋଗେଶ୍ୱର ଆଖିରେ ଅନ୍ୟଜଣେ ଦୁନିଆ ଦେଖିଲେ ପରିବାର ଲୋକେ ଖୁସି ଅନୁଭବ କରିବେ ବୋଲି କହିଛନ୍ତି ସମ୍ପର୍କୀୟ ।