Below header

କଙ୍ଗାରୁ କୋର୍ଟ ଦୁଃଖ , ୬ମାସ ହେଲା ବାସନ୍ଦ ହୋଇ ଜୀବନ କାଟୁଛନ୍ତି ଏହି ପରିବାର

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ହାଟପଡା ଗାଁର ହଜାରୀ ସାହୁ । ଦିନେ କି ଦୁଇ ଦିନ ନୁହେଁ ୬ମାସ ହେଲା ସାମାଜିକ ବାସନ୍ଦ ହୋଇ ଜୀବନ ବିତାଉଛନ୍ତି ହଜାରୀଙ୍କ ପରିବାର ଲୋକ । ମୋବାଇଲ ଚୋରି ଅଭିଯୋଗ ନେଇ ଏଭଳି ଦଣ୍ଡ ମିଳିଛି ଏ ପରିବାରକୁ । ସେପଟେ ଏନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ।

୬ମାସ ପୂର୍ବେ ହଜାରୀ ରାତିରେ ଶୋଇଥିବାବେଳେ ତାଙ୍କ ଘରୁ ମୋବାଇଲ ଓ ଟର୍ଚ୍ଚ ଚୋରି ହୋଇଥିଲା । ଚୋରି ହେବା ପରେ ଏନେଇ ଗାଁ କମିଟିରେ ଅଭିଯୋଗ କରିଥିଲେ ହଜାରୀ । ତାଙ୍କୁ ପ୍ରଥମେ ୨୫ଟଙ୍କା ଦାଖଲ କରିବାକୁ କହିଥିଲା କମିଟି । ଏହାପରେ ଚୋର ଧରିବା ପାଇଁ ଆଉ ୫ହଜାର ଟଙ୍କା ଦେବାକୁ କୁହାଗଲା । ଟଙ୍କା ଦେବାକୁ ରାଜି ହେଲେ ନାହିଁ ହଜାରୀଙ୍କ ପୁଅ ହୃଷିକେଶ । ଯେଉଁଥିପାଇଁ ଗାଁରୁ ବାସନ୍ଦ ହେବାକୁ ପଡିଛି ଏ ପରିବାରକୁ । ସେପଟେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ନିରୀକ୍ଷକ କହିଛନ୍ତି ଯଥାଶୀଘ୍ର ଏନେଇ ପଦକ୍ଷେପ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.