ପଶ୍ଚିମବଙ୍ଗ ପୋଲିସର ଦାଦାଗିରି, ଥାନା ନିରୀକ୍ଷଣ ବେଳେ ଓଡ଼ିଆ ଆଇଏଏସ୍‌ଙ୍କୁ କଲେ ଦୁର୍ବ୍ୟବହାର

ପଶ୍ଚିମବଙ୍ଗ ପୋଲିସର ଦାଦାଗିରି । ଓଡ଼ିଆ ଆଇଏଏସ୍‌ଙ୍କୁ ଦୁର୍ବ୍ୟବହାର । ଥାନା ଭିତରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଲେ ଜଣେ ଏସ୍‌ଡିପିଓ । ଦେଖନ୍ତୁ ଭିଡିଓ । ଜଣେ ଏସ୍‌ଡିପିଓ କିଭଳି ଆଇଏଏସ୍‌ ଅଧିକାରୀଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରୁଛନ୍ତି । ପଶ୍ଚିମବଙ୍ଗ ରାମପୁରହାଟ ଥାନାରେ ଏହି ଘଟଣା ଘଟିଥିଲା । ଦୁର୍ବ୍ୟବହାରର ଶିକାର ହୋଇଥିବା ଓଡ଼ିଆ ଆଇଏଏସ୍‌ଙ୍କ ନାଁ ସ୍ମୃତିରଞ୍ଜନ ମହାନ୍ତି । ବୀରଭୂମ ଜିଲ୍ଲାର ରାମପୁରହାଟରେ ସେ ଏସ୍‌ଡିଓ ଅଛନ୍ତି । ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ରାମପୁରହାଟ ଥାନା ନିରୀକ୍ଷଣ ପାଇଁ ଯାଇଥିଲେ ସ୍ମୃତିରଞ୍ଜନ ଓ ଉପଜିଲ୍ଲାପାଳ ଆର୍‌. କେ. ହଲଦାର । ଏତିକିବେଳେ ତାଙ୍କୁ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିଥିଲା ।

ଏତିକିବେଳେ ଥାନାରେ ତାଲା ପକାଇ ଦେଇଥିଲେ ଏସ୍‌ଡିପିଓ ଓ ସ୍ଥାନୀୟ ପୋଲିସ । ଏସ୍‌ଡିପିଓ ପ୍ରଶ୍ନ କରିଥିଲେ, ଥାନା ନୀରିକ୍ଷଣ ଅଧିକାର କିଏ ଦେଲା ? ରାମପୁରହାଟ ଉପଜିଲ୍ଲାପାଳଙ୍କ ମୋବାଇଲ୍‌ ଫୋନ୍‌ ବି ଜବତ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ଥାନାକୁ ଛଡ଼ାଯାଇଥିଲା । ପୂରା ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ସ୍ମୃତିରଞ୍ଜନ । ସ୍ଥାନୀୟ ପୋଲିସ ଅଧିକାରୀ ତାଙ୍କୁ ଧମକଚମକ ଦେଇଥିବା ଦର୍ଶାଇଛନ୍ତି । ତାଙ୍କ ଜୀବନ ଓ ଚାକିରି ପ୍ରତି ବିପଦ ଆଶଙ୍କା କରିଛନ୍ତି ସ୍ମୃତିରଞ୍ଜନ । ଘଟଣାରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି । ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି ସ୍ମୃତିରଞ୍ଜନ । ଏହି ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.