Below header

ମେଡିକାଲରେ ପୁଅକୁ ଜନ୍ମ ଦେଇ ଚାହିଁ ବସିଛି ସ୍ତ୍ରୀ, କିନ୍ତୁ ନେବାକୁ ଆସୁନି ସ୍ୱାମୀ

ଭଲ ପାଇ ପରା ବାହା ହେଇଥିଲା । କେତେ ଆଶା ରଖି ସ୍ୱାମୀ ମୁହଁକୁ ଚାହିଁ ଘରୁ ଗୋଡ କାଢ଼ି ଆସିଥିଲା । ଏବେ ଏପରି ଅବସ୍ଥାରେ ସେ କାହାର ହେବ ଶାଶୁଘରର ନା ବାପଘରର । ଭଲପାଇ ବାହା ହେଇଥିଲା ବୋଲି ବାପଘର ବି ପାଖକୁ ଆସୁନାହଁନ୍ତି, ଏପଟେ ମେଡିକାଲ ପ୍ରସବ କକ୍ଷରେ ଗର୍ଭବତୀ ସ୍ତ୍ରୀକୁ ଛାଡି ଠକିଦେଇ ଚାଲି ଯାଇଛି ସ୍ୱାମୀ ।

ଯାଜପୁର ଟାଉନ (କେନ୍ୟୁଜ) : ମେଡିକାଲରେ ସ୍ତ୍ରୀ ବସି ରହିଛି ସ୍ୱାମୀକୁ ଚାହିଁ । କିନ୍ତୁ ନା ସ୍ୱାମୀର ଦେଖା ମିଳୁଛି ନା ଶାଶୁ ଘର ଲୋକଙ୍କର । ମେଡିକାଲ ପ୍ରସବ ଓ୍ଵାର୍ଡ ଭିତରେ ନବଜାତ ପୁଅଟିକୁ ଧରି ସେମିତି ଚାହିଁ ବସିଛନ୍ତି ନିଜ ସ୍ୱାମୀକୁ । କିନ୍ତୁ ଶାଶୁ ଘର ଲୋକଙ୍କ ସହ ସ୍ୱାମୀ ବି ଠକିଦେଇ ଚାଲି ଯାଇଛନ୍ତି । ଏପଟେ କାନ୍ଦି କାନ୍ଦି ଲୁହ ସୁଖୁନି । କେମିତିବା ଲୁହ ଅଟକିବ । ଭଲ ପାଇ ପରା ବାହା ହେଇଥିଲା । କେତେ ଆଶା ରଖି ସ୍ୱାମୀ ମୁହଁକୁ ଚାହିଁ ଘରୁ ଗୋଡ କାଢ଼ି ଆସିଥିଲା । ଏବେ ଏପରି ଅବସ୍ଥାରେ ସେ କାହାର ହେବ ଶାଶୁଘରର ନା ବାପଘରର । ଭଲପାଇ ବାହା ହେଇଥିଲା ବୋଲି ବାପଘର ବି ପାଖକୁ ଆସୁନାହଁନ୍ତି, ଏପଟେ ମେଡିକାଲ ପ୍ରସବ କକ୍ଷରେ ଗର୍ଭବତୀ ସ୍ତ୍ରୀକୁ ଛାଡି ଠକିଦେଇ ଚାଲି ଯାଇଛି ସ୍ୱାମୀ । ଭାବନ୍ତୁ ଏ ସ୍ତ୍ରୀର ଅବସ୍ଥା କଣ ହେଉଥିବ । ନୂଆ କରି ମାତୃତ୍ୱ ଲାଭ କରିଥିବା ଏ ମାଆର ମନ କଣ ହେଉଥିବ ।

ଗୋଟେ ସ୍ତ୍ରୀ ପାଇଁ ତାର ଗର୍ଭାବସ୍ଥା ସମୟ ହିଁ ହେଉଛି ବହୁତ କଠିନ ସମୟ । ଏହି ସମୟରେ ତାର ଏକମାତ୍ର ସାହସ ପାଲଟେ ସ୍ୱାମୀ । ସ୍ୱାମୀ ପାଖରେ ଥିଲେ ହିଁ ଯେତେ ବଡ କଷ୍ଟ ଯନ୍ତ୍ରଣା ଆସୁ ନା କାହିଁକି ସବୁ ଖୁସିରେ ଖୁସିରେ ସହିଯିବ ସ୍ତ୍ରୀ । କିନ୍ତୁ ଏ ସ୍ତ୍ରୀ ପାଖରେ ଆଜି ନାହିଁ ତାର ସ୍ୱାମୀ । ସ୍ୱାମୀକୁ ଫୋନ୍‌ ଲଗାଇଲେ କହୁଛନ୍ତି ସେ କୁଆଡେ ଆଉ ଗୋଟାକୁ ବାହା ହେଇଯାଇଛନ୍ତି । ଶାଶୁ ଘର ଲୋକେ ବି କେହି ଫୋନ୍‌ ଉଠାଉନାହାଁନ୍ତି । ଥରେ ଭାବନ୍ତୁ ଏହି ଅବସ୍ଥାରେ ଏ ସ୍ତ୍ରୀର ମନ କଣ ହେଉଥିବ କେମିତି ଥୟ ଧରିପାରିବେ ସେ ।

ପ୍ରସବ ମାଆ ଓ ନବଜାତ ଶିଶୁକୁ ଛାଡି ଚାଲିଗଲେ ଶାଶୁଘର ଲୋକେ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଯାହା ସୂଚନା ରହିଛି ବିଞ୍ଝାରପୁର ଥାନା ମଧୁସୁଦନପୁର ପଞ୍ଚାୟତ ଘାଟକୂଳ ଗାଁର ଡଲି ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ନଗାମଠ ଗାଁର ଚନ୍ଦନ ମଲ୍ଲିକଙ୍କୁ ୨୦୨୧ ମସିହାରେ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ବିବାଦ ଲାଗି ରହୁଥିଲା । ଗତ ୧ ତାରିଖରେ ଡଲିଙ୍କ ପ୍ରସବ ପାଇଁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ଶାଶୁ ଘର ଲୋକେ । ଏହାପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ଡଲି ।

କିନ୍ତୁ ପିଲା ଜନ୍ମ ହେବା ପରଠାରୁ ସ୍ୱାମୀ ଚନ୍ଦନଙ୍କ ସମେତ ଶାଶୁଘର ଲୋକେ ଡାକ୍ତରଖାନା ଛାଡି ପଳାଇଥିବା ଅଭିଯୋଗ ହୋଇଛି । ଡଲି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ନାନା ବାହାନା ଦେଖାଇ କେହି ଆସୁ ନାହାଁନ୍ତି । ସେପଟେ ପ୍ରେମ ବିବାହ କରିଥିବାରୁ ଡଲିଙ୍କ ବାପଘର ଲୋକେ ବି ଆସିଲେ ନାହିଁ । ଶେଷରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ମାଆ ଓ ଶିଶୁ ପୁତ୍ରଙ୍କୁ ସଖୀ ଘରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.