ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ, ୨ ବାଘଛାଲ ଜବତ ସହ ୭ ଗିରଫ
ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ । ନୂଆପଡ଼ା ଖଡ଼ିଆଳ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବାଘଛାଲ ଜବତ କରାଯାଇଛି ।
ନୂଆପଡ଼ା (କେନ୍ୟୁଜ୍): ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ । ନୂଆପଡ଼ା ଖଡ଼ିଆଳ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବାଘଛାଲ ଜବତ କରାଯାଇଛି । ଏକ ଲଜରେ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଥିଲେ ବନ ବିଭାଗ କର୍ମଚାରୀ । ୨ ବାଘଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନଙ୍କଠାରୁ ୨ଟି କଲରାପତରିଆ ବାଘଛାଲ ଏବଂ ୬ଟି ମୋବାଇଲ ଫୋନ୍ ଜବତ ହୋଇଛି ।
ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୬ ଜଣ ନୂଆପଡାର ଏବଂ ଜଣେ ବଲାଙ୍ଗୀର ଜିଲ୍ଲାର । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଖଡ଼ିଆଳ ବନ ବିଭାଗ ଏସିଏଫ ।