ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ ରାହୁଲ ଗାନ୍ଧି । ଏହି ଯାତ୍ରା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଜିଲ୍ଲା ଅତିକ୍ରମ କରିବ ।

କେନ୍ୟୁଜ୍‌: ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ ରାହୁଲ ଗାନ୍ଧି । ଏହି ଯାତ୍ରା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଜିଲ୍ଲା ଅତିକ୍ରମ କରିବ । ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରିବେ ରାହୁଲ । ତେବେ ଆଉ ୨ଟି ଜିଲ୍ଲାରେ ନ୍ୟାୟ ଯାତ୍ରା କରିବାକୁ ମଧ୍ୟ ପ୍ରସ୍ତାବ ଦେବ କଂଗ୍ରେସ ।

ଏହି ଅବସରରେ ଦଳ ପକ୍ଷରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚନ କରାଯାଇଛି । ଆସନ୍ତା ଜାନୁଆରୀ ୧୪ରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମୋଟ ୬ ହଜାର ୭୧୩ କିଲୋମିଟର ଅତିକ୍ରମ କରି ମହାରାଷ୍ଟ୍ରରେ ସରିବ। ୬୬ ଦିନରେ ୧୫ଟି ରାଜ୍ୟର ୧୧୦ ଜିଲ୍ଲା ବୁଲିବେ କଂଗ୍ରେସ ନେତା ଓ କର୍ମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.