ଟିଟିଲାଗଡ଼ ସହରରେ ଏସିଆର ପ୍ରସିଦ୍ଧ ଯାଦୁକର ହ୍ୟାରୀ କୌଶଳ, ତାଙ୍କ ହାତ ସଫେଇ ମ୍ୟାଜିକ୍‌ ଦେଖି ଝୁମିଲେ ଦର୍ଶକ

ଟିଟିଲାଗଡ଼ (କେନ୍ୟୁଜ): ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ରାତି ସାରା ଝୁମିଲେ ଦର୍ଶକ। ଅବସର ଥିଲା ଏସିଆର ପ୍ରସିଦ୍ଧ ଯାଦୁକର ହ୍ୟାରୀ କୌଶଲଙ୍କ ମ୍ୟାଜିକ୍‌ ସୋ’ । ତାଙ୍କର ହାତ ସଫେଇରେ ମାତାଲ ହେଲେ ଆୟୋଜକଙ୍କଠୁ ନେଇ ଦର୍ଶକ। ଉପସ୍ଥିତ ଥିଲେ ହଜାର ହଜାର ଦର୍ଶକ । ତାଙ୍କୁ ଦେଖି ବେଶ୍‌ ଉତ୍ସାହିତ ହେଲେ ହ୍ୟାରୀ । କେତେବେଳେ ହାତରୁ ପାରା ଉଡୁଥିଲେ ତ ଆଉ କେତେବେଳେ ଛତା ବାହାରିବାକୁ ନେଇ ତାଜୁବ୍‌ ହୋଇଥିଲେ ଦର୍ଶକ ।

ଯାଦୁକର ସମ୍ରାଟ ହ୍ୟାରୀଙ୍କ ହାତର କମାଲରେ ବିମୋହିତ ହେଉଥିଲେ ଦର୍ଶକ । ହାତରୁ ବାହାରକରି ଉଡାଉଥିଲେ ପକ୍ଷୀ । ପୁଣି କେତେବେଳେ ଷ୍ଟିକ୍‌ ବି ହାତରେ ଅଚାନକ ଆସୁଥିଲା । କେତେବେଳେ ପେପର୍‌କୁ ପୋଡି ଦିଆଯାଉଥିଲା। ପୁଣି ହାତରେ ଭଲ ପେପର୍‌ ଆସିଯାଉଥିଲା। ପେପରରୁ କ୍ଷୀର ବାହାରିବା ଦୃଶ୍ୟ ବି ଥିଲା ବେଶ୍‌ ନିଆରା । ପୂର୍ବରୁ ହ୍ୟାରୀ ତଥା ତାଙ୍କ ସାଥୀଙ୍କ ଯାଦୁକରୀ ମ୍ୟାଜିକ ସୋ’କୁ ସୋସିଆଲ ମିଡ଼ିଆ, ଫେସବୁକ ତଥା ୟୁଟୁବ୍‌ରେ ଦେଖି ଆସୁଥିଲେ । ଲାଇଭ୍‌ ସୋ’ ଦେଖି ବେଶ ବିମୋହିତ ହୋଇଥିଲେ ଦର୍ଶକ। ଦେଶ ଭକ୍ତି ଗୀତରେ ଝୁମିଥିଲେ ଦର୍ଶକ।

ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୁବ ଯାଦୁକର ସମ୍ରାଟ ହ୍ୟାରୀଙ୍କ ଚାହିଦା ଦେଶ ବିଦେଶରେ ରହିଛି । ଟିଟିଲାଗଡ଼ ଭଳି ଏକ ଛୋଟ ସହରରେ ହଜାର ହଜାର ଦର୍ଶକଙ୍କ ସମାଗମକୁ ଦେଖି ବେଶ ପ୍ରଶଂସା କରିଥିଲେ ହ୍ୟାରୀ। ତା ସହ ପ୍ରଜାପିତା ଇଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱ ବିଦ୍ୟାଳୟକୁ ବି ଧନ୍ୟବାଦ ଦେଇଛନ୍ତି । ପ୍ରଖ୍ୟାତ ଯାଦୁକର ହ୍ୟାରୀ କୌଶଳଙ୍କ ମ୍ୟାଜିକ୍‌ ସୋ’କୁ ବେଶ୍‌ ପ୍ରଂଶସା କରିଥିଲେ ଉପସ୍ଥିତ ଦର୍ଶକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.