ମହାକାଶରେ ୫ଟି ଗ୍ରହଙ୍କ ବିରଳ ସଂଯୋଗ, ସୂର୍ଯ୍ୟ ଉଦୟ ଓ ଅସ୍ତ ବେଳେ ଏହା ହେବ ଦୃଶ୍ୟମାନ

ବିରଳ ସଂଯୋଗ । ଏକାଠି ହେବେ ୫ ଗ୍ରହ । ମହାକାଶରେ ୫ଟି ଗ୍ରହଙ୍କ ବିରଳ ସଂଯୋଗ ହୋଇଛି । ଗତକାଲିଠାରୁ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି ଦୃଶ୍ୟମାନ ରହିବ । ଏଥିରେ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଏକାଠି ଗୋଟିଏ ସରଳ ରେଖାରେ ରହିଥିବା ଦେଖାଯିବ । ବୈଜ୍ଞାନିକଙ୍କ ମତ ଅନୁସାରେ ଏଭଳି ବିରଳ ଘଟଣା ୨୦୦୪ରେ ୫ଟି ଗ୍ରହ ଏକାଠି ହୋଇଥିଲେ । ଚଳିତ ବର୍ଷ ପୁଣିଥରେ ଏହି ଦୃଶ୍ୟ ଦେଖିବାକୁ ମିଳିବ ।

ଆଗାମୀ ୨୦୪୦ ପର୍ଯ୍ୟନ୍ତ ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ ନାହିଁ ବୋଲି ଆଥସ୍କାଇ ମହାକାଶ ବୈଜ୍ଞାନିକଙ୍କ ସୂଚନା ରହିଛି । ଆକାଶରେ ଗ୍ରହ ଗୁଡିକ ଏକାଠି ହେଲା ଭଳି ଦେଖାଯାଉଥିଲେ ମଧ୍ୟ ଏମାନଙ୍କ ମଧ୍ୟରେ ନିୟୁତ ନିୟୁତ କିମି ଦୂରତ୍ୱ ରହିବ । ସୂର୍ଯ୍ୟ ଉଦୟ ଓ ଅସ୍ତ ବେଳେ ଏହି ଦୃଶ୍ୟ ଦେଖିହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.