Below header

ଆସନ୍ତା ଡିସେମ୍ବର ୨୭ରୁ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ନଭେମ୍ବର ୧୦ ସୁଦ୍ଧା କଂସ ଭୂମିକା ପାଇଁ ହେବ ଚୟନ

ବରଗଡ଼(କେନ୍ୟୁଜ୍): ଚଳିତ ବର୍ଷ ଧନୁଯାତ୍ରାରେ ଚୟନ ହେବେ କଂସ ମହାରାଜ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକା ସହ ଅନ୍ୟାନ୍ୟ କଳାକାରଙ୍କ ହେବ ଚୟନ। ଆସନ୍ତା ଡିସେମ୍ବର ୨୭ରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ।

କଂସ ଭୂମିକା ପାଇଁ ଆସନ୍ତା ୨୨ରୁ ୩୦ ତାରିଖ ଯାଏ କଳାକାରମାନ କରିପାରିବେ ଆବେଦନ। ନଭେମ୍ବର ୧୦ ତାରିଖ ସୁଦ୍ଧା କଂସ ଭୂମିକା ପାଇଁ ଚୟନ ହେବ। ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି। ବରଗଡ଼ ଧନଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏହି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.