କେଦାରନାଥ ଧାମରୁ ଫେରୁଥିବା ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମରୁ ମାତ୍ର ୨ କିମି ଦୂରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ଶ୍ରଦ୍ଧାଳୁଙ୍କର ଜୀବନ ଚାଲିଯାଇଛି। ଏହି ହେଲିକପ୍ଟରଟି କେଦାରନାଥ ଧାମରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେଦାରନାଥ ନିକଟରେ ଲିଞ୍ଚୋଲି ଠାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୨ ପାଇଲଟ ଏବଂ ୪ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ଏବଂ ଏସଡିଆରଏଫ ଟିମ୍‌ ପହଞ୍ଚିଛି।

ଯେଉଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ତାହା ଆର୍ଯ୍ୟନ କମ୍ପାନୀର ବୋଲି ଜଣାପଡିଛି। ଯେଉଁ ସମୟରେ ହେଲିକପ୍ଟର କ୍ରାସ ହୋଇଥିଲା ସେଥିରେ ପାଇଲଟଙ୍କ ସମେତ ୬ ଲୋକ ବସିଥିଲେ। ଘଟଣା ସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି। ହେଲିକପ୍ଟର କ୍ରାସ୍‌ ଖରାପ ପାଣିପାଗ ଯୋଗୁଁ ହୋଇଛି ବୋଲି କୁହାଯାଉଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରଟି କେଦାରନାଥରୁ ଫାଟା ଯାଉଥିଲା। ଏହି ସମୟରେ ଦୁର୍ଘଟଣା ହୋଇଥିଲା।

Also Read : ଦୀପାବଳି ପୂର୍ବରୁ ଯୋଗୀ ଆଦିତ୍ୟନାଥ କର୍ମଚାରୀଙ୍କୁ ଦେଲେ ବଡ ଉପହାର, ବଢାଇଲେ ମହଙ୍ଗା ଭତ୍ତା ଏବଂ ଦେଲେ ବୋନସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.