Below header

କଳାହାଣ୍ଡି: ସହି ପାରିଲେନି ଚକଡ଼ା ପୋକ ଦାଉ, ନିଜ ଧାନ କ୍ଷେତ ନିଜେ ଜାଳିଦେଲେ ଚାଷୀ

କଳାହାଣ୍ଡି(କେନ୍ୟୁଜ୍): ସହି ପାରିଲେନି ଚକଡ଼ା ପୋକ ଦାଉ। ନିଜ ଧାନ କ୍ଷେତ ଜାଳି ଦେଲେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ବ୍ଲକ କଣ୍ଡରେଇ ଗାଁର ଚାଷୀ। ଆଖି ପିଛୁଳାକେ ଜଳିଗଲା ଏକର ଏକର ଧାନ କ୍ଷେତ। ଗାଁର ଖଗେଶ୍ୱର ଭୋଇ ଧାର କରଜ କରି ୨ଏକର ଜମିରେ ଧାନ ଚାଷ କରିଥିଲେ। ଭଲ ଫସଲ ଅମଳ ଆଶା ରଖିଥିବାବେଳେ ଠିକଣା ବେଳରେ ଚକଡ଼ା ପୋକ ଉଜୁଡ଼ାଇ ଦେଲା ଫସଲ। ଏହାକୁନେଇ ଭାଙ୍ଗିପଡିଥିଲେ ଖଗେଶ୍ୱର। ଶେଷରେ ଅନ୍ୟ ଉପାନ ନପାଇ ନିଜ ଜମିରେ ନିଆଁ ଲଗାଇ ଦେଇଥିଲେ। ଏବେ ସାହୁକାରଙ୍କ ଠାରୁ ଆଣିଥିବା ଟଙ୍କା କିପରି ସୁଝିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.