Below header

ଦୁଷ୍କର୍ମ ପୀଡ଼ିତାଙ୍କୁ ଜଜ୍‌ ଦେଲେ ଏମିତି ଅଫର୍‌ ଚକିତ ହୋଇଗଲେ ସମସ୍ତେ

କୋର୍ଟରୁମ୍‌ରେ ଚାଲିଥିଲା ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ମାମଲାର ଶୁଣାଣି । ଆଉ ମାମଲାର ବିଚାର କରୁଥିବା ଜଜ୍‌ ପୀଡ଼ିତାଙ୍କୁ ଏମିତି ପ୍ରସ୍ତାବ ଦେଲେ ଯେ କୋର୍ଟରୁମ୍‌ରେ ବସିଥିବା ଲୋକ ଏବଂ ଓକିଲ ସମସ୍ତେ ଆଚମ୍ବିତ ଓ ସ୍ତବ୍‌ଧ ହୋଇଗଲେ । ପ୍ରସ୍ତାବଟି ଏଇଆ ଥିଲା ଯେ ଟଙ୍କା ନେଇ ମାମଲାକୁ ରଫାଦଫା କର ।
ଘଟଣା ଘଟିଛି ଆମେରିକାର ଲୁସିୟାନା ଜିଲ୍ଲା କୋର୍ଟରେ । ଜିଲ୍ଲା ଜଜ୍‌ ବ୍ରୁସ୍‌ ବର୍ନେଟ୍‌ ଦୋଷୀର ଦୋଷ ଓ ଦଣ୍ଡ କମାଇବା ଲାଗି ପୀଡ଼ିତାଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ପାଇଁ କୋର୍ଟ ରୁମ୍‌ ଭିତରେ ପ୍ରସ୍ତାବ ଦେଇଥିଲେ । ଏହି ଘଟଣା ପରେ ସୋସିଆଲ ମିଡିଆରେ ଜଜ୍‌ଙ୍କୁ ଖୁବ୍‌ ଭର୍ତ୍ସନା କରାଯାଇଛି । ସୂଚନା ଅନୁଯାୟୀ ପୀଡ଼ିତାଙ୍କୁ ଯେତେବେଳେ ୧୫ ବର୍ଷ ବୟସ ହୋଇଥିଲା ସେଡ୍ରିକ୍‌ ହିଲ୍ସ ନାମକ ଜଣେ ବ୍ୟକ୍ତି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏବେ ତାଙ୍କୁ ୩୧ ଓ ସେଡ୍ରିକ୍‌ଙ୍କୁ ୪୫ ବର୍ଷ ବୟସ । ତେବେ ସେହି ଘଟଣା ଠାରୁ ତାଙ୍କ ଜୀବନ ନର୍କରେ ପରିଣତ ହୋଇଛି । ସେ ଏତେ ବର୍ଷ ହେଲା ସେହି ଦୁଷ୍କର୍ମ ଘଟଣାକୁ ଭୁଲି ପାରୁ ନାହାନ୍ତି । ଏହି ଘଟଣା ତାଙ୍କୁ ଏକ ଦୁଃସ୍ୱପ୍ନ ଭଳି ଗୋଡ଼ାଇ ଚାଲିଛି । ତାଙ୍କ ଭିତରେ ପ୍ରବଳ ରାଗ ଓ କ୍ରୋଧ ରହିଥିବାରୁ ସେ ସବୁକୁ ବାହାର କରି ନପାରି ସେଥିରେ ଘାଣ୍ଟି ହେଉଛନ୍ତି । ତେଣୁ ଏବେ ନ୍ୟାୟ ଚାହୁଁଛନ୍ତି ବୋଲି ପୀଡ଼ିତା କୋର୍ଟରେ କହିଛନ୍ତି ।
ତେବେ ଜଜ୍‌ଙ୍କ ଟଙ୍କା ନେଇ ବୁଝାମଣା କରିଦେବା ପ୍ରସ୍ତାବକୁ ପୀଡ଼ିତା ଅଗ୍ରାହ୍ୟ କରି ଦେଇଛନ୍ତି । ସେ କହିଛନ୍ତି ମୁଁ ନ୍ୟାୟ ପାଇଁ ଲଢୁଛି ଟଙ୍କା ପାଇଁ ନୁହେଁ । ଦୋଷୀକୁ ଦଣ୍ଡ ମିଳିବା ଦରକାର । ଅଭିଯୁକ୍ତ ସେଡ୍ରିକ୍‌କୁ ୧୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.