Below header

ଯାଜପରୁ: ବିଭିନ୍ନ ଦାବି ନେଇ ଦର୍ପଣ ତହସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି ଚାଷୀ

ଯାଜପରୁ (କେନ୍ୟୁଜ): ବିଭିନ୍ନ ଦାବି ନେଇ ଦର୍ପଣ ତହସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି ଚାଷୀ ସମୁଦାୟ । ଜମିଜମା ରେକର୍ଡ ସଂଶୋଧନ ସହ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଉଠୁଛି ଦାବି । ବିଭିନ୍ନ ଦାବି ନେଇ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ତହସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି ଶହ ଶହ ଚାଷୀ । ଆଂଚଳିକ କୃଷକ ସଂଗ୍ରାମ ସମିତି ଆବାହକ ତଥା କଂଗ୍ରେସ ନେତା ଅଜୟ ସାମଲଙ୍କ ନେତୃତ୍ୱରେ ଶତାଧିକ ଚାଷୀ ତହସିଲ ସମ୍ମୁଖରେ ଧାରଣାରେ ବସିଥିବା ନେଇ ଜଣାଯାଇଛି । ବିଶେଷ କରି କଳାଶ୍ରୀ, ଚାରିନଙ୍ଗଳ, ପଲେଇ, ପଣସୁଧା, ବରଦା, ମାତକାତପୁର, ପତରାଜପୁର,

farmer's protest

ସୁଙ୍ଗୁଡା ଓ ଦର୍ପଣୀଗଡ ରାଜସ୍ୱ ଗ୍ରାମର ଜମିଜମା ରେକର୍ଡ ସଂଶୋଧନ ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ନେଇ ଦାବି କରିଛନ୍ତି ସଂପୃକ୍ତ ଅଂଚଳର ଚାଷୀ । ଦୀର୍ଘ ବର୍ଷ ହେବ ଜମିଜମା ମାମାଲାର ସମାଧାନ ନହେବା ଯୋଗୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ଏଥିସହ ଚାଷୀମାନଙ୍କ ଫସଲ କ୍ଷୟକ୍ଷତି ନିମନ୍ତେ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ଉଠିଛି । ଏନେଇ ଏକ ଦାବିପତ ଦର୍ପଣ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ତେବେ ଚାଷୀମାନଙ୍କ ସମସ୍ୟା ସଂପର୍କରେ ସରକାରଙ୍କୁ ପୂର୍ବରୁ ଅବଗତ କରାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହେଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହଛିନ୍ତି ଦର୍ପଣ ତହସିଲଦାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.