Below header

ଯଦି ସକାଳୁ ଉଠୁ ଉଠୁ ଦର୍ଶନ ମିଳେ ଏମାନଙ୍କର ଏବଂ ଶୁଣିବାକୁ ମିଳେ ଏହି ସବୁ ସ୍ୱର, ତ ବୁଝିଯାଆନ୍ତୁ ଶୁଭ ଫଳ ସୁନିଶ୍ଚିତ

କୁହାଯାଏ, ସକାଳୁ ଉଠୁ ଉଠୁ ଯଦି ଶଙ୍ଖ, ଘଣ୍ଟି, ଭକ୍ତି ସଙ୍ଗୀତ ଆଦିର ସ୍ୱର ଶୁଣିବାକୁ ମିଳେ, ତା’ହେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆଖି ଖୋଲୁ ଖୋଲୁ ସର୍ବପ୍ରଥମେ ଦହି କିମ୍ବା କ୍ଷୀର ଭର୍ତ୍ତି ପାତ୍ର ଉପରେ ନଜର ପଡ଼େ, ତା’ହେଲେ ମଧ୍ୟ ଶୁଭ ହୋଇଥାଏ। ଏହିପରି ଆହୁରି କେତେକ କଥା ରହିଛି, ଯାହାକି ଆମକୁ ଶୁଭ ସଙ୍କେତ ଦେଇଥାଏ। ଆଜି ଆମେ ଏହା ବିଷୟରେ ଆପଣଙ୍କୁ କହିବୁ।

beggar

୧. ଯଦି ସକାଳୁ କୌଣସି ଭିକାରୀ ଭିକ୍ଷା ମାଗିବାକୁ ଆସେ, ତ ବୁଝିଯାଆନ୍ତୁ କି ଆପଣ ଉଧାର ଦେଇଥିବା ଧନ ଖୁବଶୀଘ୍ର ଫେରିପାଇବେ।

୨. ଯଦି ଘରୁ କୌଣସି କାର୍ଯ୍ୟରେ ବାହାରକୁ ଯିବା ବେଳେ ଆପଣଙ୍କ ସାମ୍ନାରେ ସୁହାଗିନୀ ନାରୀ କିମ୍ବା ଗାଈ ଆସିଯାନ୍ତି, ତେବେ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ମିଳିଥାଏ।

morning

୩. ସେହିପରି ଆପଣଙ୍କ ସାମ୍ନାରେ କୌଣସି ବ୍ୟକ୍ତି ଗୁଡ଼ ନେଇ ଯାଉଥିବାର ଦେଖିଲେ ବହୁତ ଅଧିକ ଲାଭ ହୋଇଥାଏ।

୪. ରାସ୍ତାରେ ଯାଉଥିବା ବେଳେ ଯଦି କୌଣସି ସ୍ତ୍ରୀ ବା ପୁରୁଷ କ୍ଷୀର କିମ୍ବା ପାଣି ଭର୍ତ୍ତି ପାତ୍ର ନେଇ ଯାଉଥିବାର ଦେଖିବେ, ତ ତାହା ବହୁତ ଶୁଭ ସଙ୍କେତ ହୋଇଥାଏ।

boy1

୫. ଯଦି ରାସ୍ତାରେ ହସୁଥିବା ବାଳକ ଏବଂ ଫୁଲ, ଫଳ ବିକୁଥିବା କେହି ଜଣେ ନଜର ଆସେ, ତ ଆପଣଙ୍କୁ ନିଃସନ୍ଦେହ ଲାଭ ପ୍ରାପ୍ତି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.