Below header

ଭାରତରେ ଲଞ୍ଚ ହେଲା ପ୍ରଥମ ଲାପଟପ ଚାରଜିଙ୍ଗ ପାୱାର ବ୍ୟାଙ୍କ, 20000 mAh ପର୍ଯ୍ୟନ୍ତ ରହିଛି ଚାରଜିଙ୍ଗ କ୍ୟାପାସିଟି

ଇଲେକ୍ଟ୍ରୋନିକ୍ସ ଡ଼ିଭାଇସ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ପାୱାର ବ୍ୟାଙ୍କ ନିହାତି ଜରୁରୀ । ଯାତ୍ରା କରୁଥିବା ସମୟରେ କିମ୍ବା ପାୱାର କଟ ସମୟରେ ଏହି ପାୱାର ବ୍ୟାଙ୍କ ହିଁ କାମରେ ଆସିଥାଏ । ସାଧାରଣତ ୟୁଜର ମାନେ ସ୍ମାର୍ଟ ଫୋନ ପାଇଁ ହିଁ ପାୱାର ବ୍ୟାଙ୍କ ବ୍ୟବହାର କରିଥାନ୍ତି । ଜାଣନ୍ତିକି ଲ୍ୟାପଟପ ଚାର୍ଜ କରିବା ପାଇଁ ବି ଏକ ପାୱାର ବ୍ୟାଙ୍କ ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଏହାକୁ ଇଭିଏମ କମ୍ପାନୀ ଲଞ୍ଚ କରିଥିବା ବେଳେ ଏହାର ଚାରଜିଙ୍ଗ କ୍ୟାପାସିଟି ୨୦୦୦୦ mAh ପର୍ଯ୍ୟନ୍ତ ଥିବା ନେଇ ଜଣାଯାଇଛି । କମ୍ପାନୀ ତରଫରୁ ଲଞ୍ଚ ହୋଇଥିବା ଏହି ପାୱାର ବ୍ୟାଙ୍କର ନାଁ ENLAPOWER ରଖାଯାଇଥିବା ଜଣାଯାଇଛି । ଯାହା ମାଧ୍ୟମରେ ମର୍ଡନ ଯୁଏସବି ସି ପୋର୍ଟ ଲ୍ୟାପଟପକୁ ଖୁବ ସହଜରେ ଚାର୍ଜ କରାଯାଇପାରିବ ।

ଏହି “ମେଡ଼ ଇନ ଇଣ୍ଡିଆ” ପ୍ରସ୍ତୁତ ପାୱାର ବ୍ୟାଙ୍କ ଏକା ସାଥିରେ ତିନି ତିନିଟି ଡ଼ିଭାଇସ ଚାର୍ଜ କରିପାରିବାର କ୍ଷମତା ରଖିଛି । ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ହିଁ ଏହାକୁ ମ୍ୟାନୁଫାକଚର କରାଯାଇଥିବା ବେଳେ ଡେଭଲପ କରାଯାଇଛି । ଆଉ ସବୁଠୁ ବଡ କଥା ହେଉଛି ଅଲଟ୍ରା ବ୍ଲାକ ପ୍ରିମିୟମ ମେଟାଲ ବଡ଼ି ବିଶିଷ୍ଟ ଏହି ଲ୍ୟାପଟପକୁ ଫ୍ଲାଇଟର କ୍ୟାରିଅନ ଲଗେଜରେ ଖୁବ ସହଜରେ ନବା ଆଣିବା କରାଯାଇପାରିବ । ଏହାବାଦ ଏହା ଉପରେ ୩ ବର୍ଷ ପର୍ଯ୍ୟନ୍ତର ୱାରେଣ୍ଟି ଦେଉଛି କମ୍ପାନୀ । ଏହାର ମୂଲ୍ୟ କମ୍ପାନୀ ପକ୍ଷରୁ ଭାରତ ବଜାରରେ ୯,୯୯୯ ଟଙ୍କା ରଖା ଯାଉଥିବା ନେଇ ସ୍ଥିର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.