ମୌସୁମୀ ଆଗମନକୁ ନେଇ ଚାଷୀ ଯେତିକି ଖୁସି ଥିଲେ ଏବେ ବିହନ ଅଭାବକୁ ନେଇ ସେତିକି ଚିନ୍ତାରେ

ମୌସୁମୀ ଆଗମନକୁ ନେଇ ଚାଷୀ ଯେତିକି ଖୁସି ଥିଲା ଏବେ ବିହନ ଅଭାବକୁ ନେଇ ସେତିକି ଚିନ୍ତାରେ ପଡିଛି । ଚାହିଦା କିସମର ବିହନ ମିଳୁନଥିବାରୁ ଚାଷୀ ଅନ୍ୟ କିସମର ବିହନ ଧାନ କିଣିବାକୁ ବାଧ୍ୟ ହେଉଛନ୍ତି । ଆଉ କେଉଁଠି ଘରେ ସାଇତି ରଖିଥିବା ଧାନକୁ ବିହନ ଭାବେ ଜମିରେ ପକାଉଛି । 

ଗୁଣୁପୁର (କେନ୍ୟୁଜ):  ମୌସୁମୀ ଆଗମନକୁ ନେଇ ଚାଷୀ ଯେତିକି ଖୁସି ଥିଲା ଏବେ ବିହନ ଅଭାବକୁ ନେଇ ସେତିକି ଚିନ୍ତାରେ ପଡିଛି । ଚାହିଦା କିସମର ବିହନ ମିଳୁନଥିବାରୁ ଚାଷୀ ଅନ୍ୟ କିସମର ବିହନ ଧାନ କିଣିବାକୁ ବାଧ୍ୟ ହେଉଛନ୍ତି । ଆଉ କେଉଁଠି ଘରେ ସାଇତି ରଖିଥିବା ଧାନକୁ ବିହନ ଭାବେ ଜମିରେ ପକାଉଛି ।

ସତ କହିବାକୁ ଗଲେ ମୌସୁମୀର ଆଗମନକୁ ନେଇ ଏବେ ଚାଷୀ ଖୁସି । ତେଣୁ ସକାଳ ହେଲା ମାତ୍ରକେ ଚାଷ କାମରେ ଲାଗି ପଡୁଛନ୍ତି । ତଳି ଘରା ଚାଷ କରି ବିହନ ବୁଣିବାକୁ ପ୍ରସ୍ତୁତ ହେଲେଣି । ହେଲେ ଦୁଃଖର କଥା ଅସଲ ବେଳକୁ ଚାଷୀ ହାତରେ ନାହିଁ ବିହନ । ସରକାରୀ ଭାବେ ଚାହିଦା କିସମର ବିହନ ଚାଷୀକୁ ମିଳୁନଥିବାରୁ ବାଧ୍ୟ ହୋଇ କିଏ ଅନ୍ୟ କିସମର ଧାନ ଆଣୁଛନ୍ତି ତ ଆଉ କେଉଁ ଚାଷୀ ଘରେ ସାଇତି ରଖିଥିବା ଧାନକୁ ବିହନ ଭାବେ ତଳି ପକାଉଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏହି ସବୁ ସମସ୍ୟାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଜୁଲାଇ ମାସ ବେଳକୁ ଅଧାଅଧି ଜମିରେ ବିହନ ପଡି ଯାଉଥିଲା । ହେଲେ ଏଯାଏଁ ଆଶ୍ୟକତା ଓ ଚାହିଦା ମୁତାବକ ବିହନ ମିଳୁ ନଥିବାରୁ ଚାଷୀ ଉପାୟ ଶୂନ୍ୟ ହୋଇ ଅନ୍ୟ ବିହନ ଉପରେ ଭରସା କରୁଛି । ଚଳିତ କୃଷି ବର୍ଷରେ ଗୁଣପୁର କୃଷି ଜିଲ୍ଲାର ସମୁଦାୟ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ମାତ୍ର କୁଇଣ୍ଟାଲେ ବିଭିନ୍ନ କିସମର ବିହନ ଧାନ ଆସିଛି । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ବିହନ ଧାନ ଅଭାବ ଓ ଚାଷୀଙ୍କ ଚାହିଦା ମୁତାବକ ବିହନ ମିଳୁ ନଥିବା କଥାକୁ ସ୍ୱୀକାର କରିଛନ୍ତି କୃଷି ଜିଲ୍ଲା ଅଧିକାରୀ । ତେବେ ବିହନ ଯୋଗାଇବା ନେଇ ପଦକ୍ଷେପ ନିଆଯିବା ନେଇ ସେ ସୂଚନା ଦେଇଛନ୍ତି ।

ମୌସୁମୀର ଆଗମନରେ ଚାଷୀ ଯେତିକି ଖୁସି ଥିଲେ ଏବେ ବିହନ ଅଭାବକୁ ନେଇ ସେତିକି ଚିନ୍ତାରେବସି ରହିଛି । କହିବାକୁ ଗଲେ ଚଳିତ କୃଷି ବର୍ଷରେ ପାଖାପାଖି ପଚାଶ ପ୍ରତିଶତ ଜମିରେ ଏଯାଏଁ ବିହନ ପଡିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.